ଟିଟିଲାଗଡ଼ ପ୍ଲାଟଫର୍ମରୁ ୩୦କେଜି ଗଞ୍ଜେଇ ଜବତ : ୧ଗିରଫ

ଟିଟିଲାଗଡ଼ : ଟିଟିଲାଗଡ଼ ପ୍ଲାଟଫର୍ମରୁ ସୋମବାର ଜଣେ ବ୍ୟକ୍ତି ଠାରୁ ଜିଆରପି ପୁଲିସ ୩୦କେଜି ଗଞ୍ଜେଇ ଜବତ କରିଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲା କୁନନ୍ଦି ଗ୍ରାମର ଶିବରାମ ଡ଼ାକୁଆ ରେଳ ପ୍ଲାଟଫର୍ମରେ ସନ୍ଦେହ ଜନକ ଭାବରେ ବୁଲୁଥିଲେ। ଜିଆରପି ପୁଲିସର ସନ୍ଦେହ ହେବାରୁ ଜିଆରପି ଥାନା ଆଇସିଙ୍କ ତତ୍ତ୍ବାବଧାନରେ ତାର ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ସମ୍ପୃକ୍ତ ବ୍ୟକ୍ତି ଠାରୁ ୨ଟି ପ୍ୟାକେଟରେ ୩୦କେଜି୨୩୦ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପରେ ଗଞ୍ଜେଇ ଜବତ କରାଯିବା ସହ ଶିବରାମକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Comments are closed.