ବନ ସୁରକ୍ଷା ସମିତିକୁ ଗୃହ ଉପହାର 

ଟିଟିଲାଗଡ଼ : ତତଲାଗଡ ରୁପେ ପରିଚିତ ଟିଟିଲାଗଡ ଅଞ୍ଚଳରେ ଜଙ୍ଗଲ ସୁରକ୍ଷା ନେଇ ବନବିଭାଗ ପ୍ରୟାସ ଜୋରଦାର କରିଛି। ଏନେଇ ଜଙ୍ଗଲ ସଂଲଗ୍ନ ବିଭିନ୍ନ ଗ୍ରାମରେ ସରକାରଙ୍କ ମୋ ଜଙ୍ଗଲ ଯୋଜନା (ଏଜେୱାଇ)ରେ ବନ ସୁରକ୍ଷା ସମିତିକୁ ପ୍ରୋତ୍ସାହିତ କରାଯାଉଛି। ଶଗଡଘାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବର୍ଣ୍ଣେଇ ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ଗୁଦଗୁଦା ବନ ସୁରକ୍ଷା ସମିତିକୁ ନୂତନ ଗୃହ ଉପହାର ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ଡମ ମାଝୀ, ଉପସଭାପତି ମେନକା ମାଝୀ, କୋଷାଧ୍ୟକ୍ଷ କବିରାଜ ମାଝୀ, ଆନିମେଟର ଧୃବଚନ୍ଦ୍ର ମାଝୀ, ୱାର୍ଡମେମ୍ବର ତରୁ ମାଝୀ, ଏଜେୱାଇ ଜଗୁଆଳି ପଦ୍ମନ ମାଝୀ, ସଦାଶିବ ବିଶି, ଭିକାରି ଛତର, ଜଗନ୍ନାଥ ମାଝୀ, ନାରାୟଣ ମାଝୀ, ଦୁର୍ଗେସ ହରପାଲ, ସୁର୍ଯ୍ୟମଣୀ ଭାଟି, ସଭ୍ୟସଭ୍ୟା ଚନ୍ଦ୍ରମଣୀ ମାଝୀ, କେଶବ ମାଝୀ, ଇନ୍ଦ୍ରଜିତ ମାଝୀ, ରାତ୍ର ପୋଢ, ବୈକୁଣ୍ଠ ମାଝୀ, ରାମ ସାହେବ, ବୈଦ୍ୟନାଥ ମାଝୀ, ପାଉଲ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ଟିଟିଲାଗଡ ରେଞ୍ଜ ବନ ବିଭାଗ ପକ୍ଷରୁ ସିକେର ଫରେଷ୍ଟର ଜୟକୃଷ୍ଣ ଭୋଇ, ବନରକ୍ଷୀ ସୁରେନ୍ଦ୍ର ମହାରଣା, ପାରାରକ୍ଷୀ ଲବ ହରପାଲ, ଏଜେୱାଇ ଟିମ ଲିଡର ଅଜୟ ମହାନ୍ତି, ଡିଓ-୧ ଦିବାକର ପଧାନ, ଡିଓ-୨ କବିରାଜ ସାହୁ ପ୍ରମୁଖ ଯୋଗଦେଇ ନୁତନ ଗୃହ ହସ୍ତାନ୍ତର କରିଥିଲେ।

Comments are closed.