ଟିଟିଲାଗଡ଼ କୁ ଜିଲ୍ଲା ମାନ୍ୟତା ଦାବିରେ ଗଣଧାରଣା

0

ଟିଟିଲାଗଡ଼: ଟିଟିଲାଗଡ଼ କୁ ଜିଲ୍ଲା ମାନ୍ୟତା ଦାବିକୁ ସମର୍ଥନ କରି ମୁରିବାହାଲ ବ୍ଲକର ୨୨ଟି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ତଥା ପ୍ରାୟ ୨୦୦୦ ପୁରୁଷ ମହିଳା ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହଂସରାଜ ଜୈନଙ୍କ ନେତୃତ୍ବରେ ଗଣଧାରଣାରେ ସାମିଲ ହୋଇଛନ୍ତି । ଆସନ୍ତା କାଲିଠାରୁ ଟିଟିଲାଗଡ଼ ସହରରେ ଥିବା ସମସ୍ତ ବ୍ୟାଙ୍କ ପ୍ରତିଷ୍ଠାନ ୩ ଦିନ ଧରି ବନ୍ଦ ପାଇଁ ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତି ହୋଇଛି । ସୂଚନାଯୋଗ୍ୟ, ଟିଟିଲାଗଡ଼ କୁ ଜିଲ୍ଲା ମାନ୍ୟତା ପାଇଁ ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୀର୍ଘ ଦିନ ଧରି ଦାବି କରାଯାଉଛି ।

Leave A Reply