ବନ ମହୋତ୍ସବ ଅବସରରେ ଚାରା ରୋପଣ କଲେ ବିଚାରପତି

ଟିଟିଲାଗଡ଼: ବନ ମହୋତ୍ସବ ସପ୍ତାହ ଅବସରରେ ଟିଟିଲାଗଡ଼ ଅତିରିକ୍ତ ଜିଲା ଦୌରା ଏବଂ ସେସନ ବିଚାରପତି ରାଜକିଶୋର ମହାପାତ୍ର ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ଚାରା ରୋପଣ କରିଛନ୍ତି । ତାଙ୍କ ସହ ସବଜଜ ରମାକାନ୍ତ ମହାନ୍ତି, ଏସଡଡିଜେଏମ ମମିତା ସାହୁ, ଜେଏମ ଏଫସି ଲିପସା ରାଉତ, ତାଳୁକ ଆଇନ ସେବା ସମିତି ରିଟେନର ଜୟନ୍ତ ପଣ୍ଡା, କିରାଣୀ ଜୀବର୍ଦ୍ଧନ ଛତ୍ରିଆ, ଟିଟିଲାଗଡ଼ ବନ ରେଞ୍ଜ ଅଧିକାରୀ ଶିବପ୍ରସାଦ ନାଏକ, ବନପାଳ ଅମରେଶ ଠାକୁର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତ, ବ୍ରହ୍ମାନନ୍ଦ ପୁହାଣ, ଇକୋ କ୍ଲବ ସଦସ୍ୟ ମନୋଜ ଭୋଇ, ବିଦ୍ୟାଳୟ ଲିଗାଲ ଲିଟରେସି କ୍ଲବ ମୁଖ୍ୟ ସଂଯୁକ୍ତା ସାହୁ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।

Comments are closed.