ଅବସରପ୍ରାପ୍ତ ବିଚରାପତି, ପତ୍ନୀଙ୍କ ଆତ୍ମହତ୍ୟା

0

ତିରୁପତି : ଆନ୍ଧ୍ରପ୍ରଦେଶର ଜଣେ ଅବସରପ୍ରାପ୍ତ ବିଚାରପତି ପାମୁଲୁରୁ ସୁଧାକର ଏବଂ ତାଙ୍କ ପତ୍ନୀ ବରଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର ତିରୁପତିସ୍ଥିତ ରେଳଧାରଣାରୁ ଉଦ୍ଧାର କରାଯାଇଛି। ଏହି ଦମ୍ପତି ଟ୍ରେନ୍‍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ସ୍ଥାନୀୟ ବାସିନ୍ଦା ପୂର୍ବତନ ବିଚାରପତି ୬୫ ବର୍ଷ ବୟସ୍କ ସୁଧାକରଙ୍କ ମୃତଦେହ ପ୍ରଥମେ ତିରୁପତି-ରେଣିଗୁଣ୍ଠା ରେଳଧାରଣାରୁ ଉଦ୍ଧାର କରାଯାଇଥିଲା।
ସ୍ୱାମୀଙ୍କ ଆତ୍ମହତ୍ୟା ଖବର ପାଇ ଧୈର୍ଯ୍ୟହରା ପତ୍ନୀ ବରଲକ୍ଷ୍ମୀ (୫୬) ଘଟଣାସ୍ଥଳରେ ପହଞ୍ଚିଥିଲେ। ଉକ୍ତସ୍ଥାନରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଟ୍ରେନ୍‍ ସମ୍ମୁଖକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ଜିଲା ବିଚାରପତି ଭାବେ ଅବସରଗ୍ରହଣ କରିଥିବା ସୁଧାକର ଦୀର୍ଘ ଦିନରୁ ବୃକ୍‍କ ରୋଗରେ ଆକ୍ରାନ୍ତ ଥିଲେ। ଅସହ୍ୟ ଯନ୍ତ୍ରଣା କାରଣରୁ ଆତ୍ମହତ୍ୟାର ପଥ ଆପଣାଇଥିବା ସେ ତାଙ୍କ ସୁଇସାଇଡ ନୋଟ୍‍ରେ ଲେଖିଛନ୍ତି।
ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ସୁଧାକର ଏବଂ ବରଲକ୍ଷ୍ମୀଙ୍କ ପୁଅ ସନ୍ଦୀପ ଏବଂ ଝିଅ ସବିତା ବେଙ୍ଗାଲୁରୁରେ ସଫ୍ଟୱେର ଇଞ୍ଜିନିୟର ଅଛନ୍ତି।

Leave A Reply