ଆଜି ଭୋଟ : କୋଭିଡମୁକ୍ତ ଭୋଟଗ୍ରହଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ସମସ୍ତଙ୍କ ପାଇଁ ଥର୍ମାଲ ସ୍କ୍ରିନିଂ‌

ପୂର୍ବାହ୍ନ ୭ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ମତଦାନ

ଭୁବନେଶ୍ବର : ବାଲେଶ୍ବର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ପୂର୍ବାହ୍ନ ୭ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଭୋଟ ଗ୍ରହଣ କରାଯିବ। କୋଭିଡମୁକ୍ତ ଭୋଟ ଗ୍ରହଣ ପାଇଁ ବୁଥ ସଂଖ୍ୟା ବୃଦ୍ଧି କରାଯାଇଥିବା ବେଳେ ବୁଥ ବିଶୋଧନ, ପ୍ରତି ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି। ସେହିପରି ପୋଲିଂ କର୍ମଚାରୀଙ୍କ ପିପିଇ କିଟ୍ ଓ ସାନିଟାଇଜର ଆଦି ବ୍ୟବସ୍ଥା କରାଯାଇ ଥିବାବେଳେ ଭୋଟରଙ୍କୁ ଗ୍ଲୋଭ୍ସ ଯୋଗାଇ ଦିଆଯିବା ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହାତକୁ ନିଆଯାଇଛି।

ଭୋଟ ଗ୍ରହଣ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ କହିଛନ୍ତି, ପ୍ରତି ବୁଥରେ ଭୋଟର ସଂଖ୍ୟା ୧୫୦୦ ପରିବର୍ତ୍ତେ ୧୦୦୦କୁ ହ୍ରାସ କରାଯାଇଛି। ‌ଭୋଟରଙ୍କ ସୁବିଧା ନିମନ୍ତେ ସେହି ସ୍ଥାନରେ ଅତିରିକ୍ତ ବୁଥ ଖୋଲାଯାଇ ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବୁଥ ସଂଖ୍ୟା ୨୬୫ ରୁ ୩୭୩ କୁ ଏବଂ ବାଲେଶ୍ବର ନିର୍ବାଚନ ମଣ୍ଡଳୀ‌େ‌ର ୧୯୮ ରୁ ୩୪୬କୁ ବଢା ଯାଇଛି। ତିର୍ତ୍ତୋଲରେ ୨ଲକ୍ଷ ୩୭ ହଜାର ୨୮୨ ଓ ବାଲେଶ୍ବରରେ ୨ଲକ୍ଷ ୩୦ହଜାର ୨୯୭ ଭୋଟର ଅଛନ୍ତି।

ପ୍ରତି ବୁଥକୁ ଭୋଟଗ୍ରହଣ ପୂର୍ବଦିନ ଅର୍ଥାତ ଆଜି ବିଶୋଧନ କରାଯାଇଥିବା ବେଳେ ମଙ୍ଗଳବାର ଭୋଟ ଗ୍ରହଣର ଅବ୍ୟବହିତ ପୂର୍ବରୁ ବିଶୋଧନ କରାଯିବ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ନିର୍ବାଚନ କାର୍ୟ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ନିୟୋଜିତ ସମସ୍ତ ପୋଲିଂ କର୍ମଚାରୀଙ୍କୁ କୋଭିଡ ମୁକ୍ତ ରହିବା ପାଇଁ ଫେସ ସିଲଡ, ଫେସମାସ୍କ, ଗ୍ଲୋଭ୍ସ, ସାନିଟାଇଜର ଓ ପିପିଇ କିଟ୍ ‌ଯୋଗାଇ ଦିଆଯାଇଛି। ଭୋଟ ଗ୍ରହଣ କେନ୍ଦ୍ରରେ ଦୁଇଜଣ ଅତିରିକ୍ତ କର୍ମଚାରୀ ଜଣେ ଆଶାକର୍ମୀ ଓ ଜଣେ ସ୍ବେଚ୍ଛାସେବୀଙ୍କୁ କୋଭିଡ ନିର୍ଦେଶାବଳୀ ଯଥା ସ୍କ୍ରିନିଂ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ନିୟୋଜିତ କରାଯାଇଛି।

ଥର୍ମାଲ ସ୍କ୍ରିନିଂ ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ତାପମାତ୍ରା ନିର୍ଦ୍ଧାରିତ ତାପମାନ ଠାରୁ ଅଧିକ ଥାଏ କିମ୍ବା କୋଭିଡ ଲକ୍ଷଣ ପରିଲକ୍ଷିତ ହୁଏ ତେବେ ତାଙ୍କୁ କ୍ରମିକ ନମ୍ବର ସହ କୁପନ ଦିଆଯାଇ ଅଲଗା ରଖାଯିବ। ମତଦାନର ଶେଷ ପର୍ୟ୍ୟାୟ‌େ‌ର‌ସେମାନଙ୍କୁ ମତଦାନ ପାଇଁ ଅନୁମତି ଦିଆଯିବ। ସମସ୍ତ ଭୋଟର ‌ଭୋଟଗ୍ରହଣ ପୂର୍ବରୁ ସାମାଜିକ ଦୂରତ୍ବ ରକ୍ଷା କରି ଗୋଟିଏ ଧାଡିରେ ଠିଆ ହେବେ। ସବୁ ଭୋଟରଙ୍କ ନିମନ୍ତେ ମତଦାନ କେନ୍ଦ୍ର ଗୁଡିକରେ ହାତ ସଫା କରିବା ନିମନ୍ତେ ପର୍ୟ୍ୟାପ୍ତ ସଂଖ୍ୟକ ସାବୁନ, ପାଣି ଓ ସାନିଟାଇଜରର ବ୍ୟବସ୍ଥା କରାଯାଇଛି। ପ୍ରତି ‌ଭୋଟରଙ୍କ ଡାହାଣ ହାତ ନିମନ୍ତେ ଏକ ଗ୍ଲୋଭ୍ସ ଯୋଗାଇ ଦିଆଯିବ। ଯାହା ଫଳ‌େ‌ର ଗ୍ଲୋଭ୍ସ ପିନ୍ଧି ଭୋଟର ଜଣକ ଫର୍ମରେ ଦସ୍ତଖତ କରିବା ସହ ଇଭିଏମ ବଟନ ଦବାଇ ମତଦାନ କାର୍ୟ୍ୟ ସମ୍ପନ୍ନ କରିବେ।

ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ପାଇଁ ୩୫୦୦ ପୋଲିଂ କର୍ମଚାରୀ ଓ ୮୦୦ ଆଶାକର୍ମୀଙ୍କ ସହ ସମାନ ସଂଖ୍ୟକ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ବାଲେଶ୍ବରରେ ୮୬ଟି ଓ ତିର୍ତ୍ତୋଲରେ ୧୫୫ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ସମସ୍ତ ସମ୍ବେଦନଶୀଳ ବୁଥରେ ସିସିଟିଭି, ୱେବକାଷ୍ଟିଙ୍ଗ, ଭିଡିଓଗ୍ରାଫି, ମାଇ‌େ‌କ୍ରାଅବଜରଭର ସହ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି। ସେହିପରି ଉଭୟ ନିର୍ବାଚନମଣ୍ଡଳୀ ପାଇଁ ୯୦ ପ୍ଲାଟୁନ ପୁଲିସ ଫୋର୍ସ, ୨୫୦ ପୁଲିସ ଅଫିସର ଏବଂ ୬ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷାବଳଙ୍କୁ ନିଯୁକ୍ତ କରାଯାଇଛି।

ଅଧିକାଂଶ ଅତିରିକ୍ତ ବୁଥ ମୂଳ ବୁଥ ଥିବା ସ୍ଥାନରେ ‌ଖୋଲାଯାଇଛି। ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ୫ ଟି ଓ ବାଲେଶ୍ବର ନିର୍ବାଚନ ମଣ୍ଡଳୀର ୧୨ ଟି ସ୍ଥାନରେ ଅତିରିକ୍ତ ବୁଥ ପୂର୍ବ ବୁଥର ନିକଟବର୍ତ୍ତୀ ବିଲଡିଂକୁ ସ୍ଥାନାନ୍ତର କରାଯାଇଛି। ଭୋଟରମାନେ ସେମାନଙ୍କୁ ଦିଆଯାଇଥିବା ଭୋଟର ସ୍ଲିପରୁ କେଉଁ ବୁଥରେ ତାଙ୍କୁ ଭୋଟ ଦେବାକୁ ହେବ ତାହା ଜାଣିପାରିବେ। ‌ଏହାବ୍ୟତୀତ ଭୋଟରମାନେ ଙ୍ଗଙ୍ଗଙ୍ଗ.ଦ୍ଭଙ୍ଖଗ୍ଦକ୍ଟ୍ର.ସଦ୍ଭ ୱେବସାଇଟ କିମ୍ବା ଭୋଟର ହେଲ୍ପ ଲାଇନ ମୋବାଇଲ ଆପ ମାଧ୍ୟମରେ ସେମାନଙ୍କ ମତଦାନ କେନ୍ଦ୍ର ସମ୍ପର୍କରେ ବିଶଦ ବିବରଣୀ ପାଇ ପାରିବେ।

ଶ୍ରୀ ଲୋହାନୀ କହିଛନ୍ତି, ନିର୍ବାଚନ ଆୟୋଗଙ୍କ ନିର୍ଦେଶ ଅନୁସାରେ ଜଣେ ଭୋଟରଙ୍କ ପାଇଁ ମତଦାନ ନିମନ୍ତେ ଭୋଟର ପରିଚୟପତ୍ର ହେଉଛି ଅଧିକ ପସନ୍ଦଯୋଗ୍ୟ ପରିଚୟପତ୍ର। ଏହା ବ୍ୟତୀତ ଆଉ ୧୧ଟି ପରିଚୟପତ୍ର ଯଥା ଡ୍ରାଇଭିଂ ଲାଇ‌େ‌ସନ୍ସ, ଫ‌େ‌ଟା ଥିବା ସରକାରୀ ଚାକିରି କ୍ଷେତ୍ରର ପରିଚୟ, ଫଟୋ ସଂଲଗ୍ନ ବ୍ୟାଙ୍କ ଓ ‌ପୋଷ୍ଟଅଫିସର ପାସବୁକ୍, ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସ୍ବାସ୍ଥ୍ୟ ବୀମା ସ୍ମାର୍ଟକାର୍ଡ, ସାଂସଦ ଓ ବିଧାୟକଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର, ଏମଜିଏନଆରଇଜିଏ ଜବକାର୍ଡ, ଫଟୋ ଥିବା ପେନସନ ଦସ୍ତାବିଜ, ଏନ.ପି.ଆର ସ୍ମାର୍ଟକାର୍ଡ, ପାସପୋର୍ଟ, ପାନକାର୍ଡ ଓ ଆଧାର ଇତ୍ୟାଦି ମଧ୍ୟରୁ ଯେ କୌଣସି ‌ଗୋଟିଏ ପରିଚୟପତ୍ର ଥିଲେ ଭୋଟର ନିଜର ମତଦାନ କରିପାରିବେ।

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ମତଦାନ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ହୁଇଲ ଚେୟାର, ରାମ୍ପସହ ସେମାନଙ୍କୁ ଘରୁ ମତଦାନ କେନ୍ଦ୍ରକୁ ନେବା ଆଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ସେହିପରି ଉଭୟ ନିର୍ବାଚନମଣ୍ଡଳୀ ବାହାରେ କାର୍ୟ୍ୟ କରୁଥିବା ସରକାରୀ କର୍ମଚାରୀଙ୍କୁ ମତଦାନ ନିମନ୍ତେ ଦୁଇଦିନ ସ୍ବତନ୍ତ୍ର ଆକସ୍ମିକ ଛୁଟି ନେବା ଲାଗି ଅନୁମତି ପ୍ରଦାନ କରାଯାଇଛି।

Comments are closed.