ଟ୍ରାଫିକ ଭିଡରେ ବିରକ୍ତ ହୋଇ କୁମ୍ଭୀର ଭର୍ତ୍ତି ନଈକୁ ଡେଇଁପଡିଲେ

ଲୁଇଜିଆନା: ଭାରତ ଭଳି ଆମେରିକାର ମହାନଗର ଓ ସହରଗୁଡିକରେ ମଧ୍ୟ ରାସ୍ତାରେ ଟ୍ରାଫିକ ଭିଡ ହେଉଛି । ଲୋକେ ରାସ୍ତାରେ ଯିବା ସମୟରେ ଦୁର୍ଘଟଣା ଅଥବା ଅନ୍ୟ କୌଣସି କାରଣ ପାଇଁ ଦୀର୍ଘ ସମୟ ଅଟକି ରହୁଛନ୍ତି । ଥରେ ଜଣେ ଯୁବକ ରାସ୍ତାରେ ଯିବା ସମୟରେ ଏହିଭଳି ଟ୍ରାଫିକ ଭିଡରେ ପଡିଗଲେ । ତେବେ ଦୀର୍ଘ ସମୟ ଅଟକି ରହିବା ପରେ ସେ ବିରକ୍ତ ହୋଇ ନିକଟରେ ଥିବା ଏକ ନଈ ଭିତରକୁ ଡେଇଁପଡିଲେ । କିନ୍ତୁ ସେହି ନଈରେ ବହୁସଂଖ୍ୟକ କୁମ୍ଭୀର ରହୁଥିବା କଥା ତାଙ୍କୁ ଜଣାନଥିଲା । ସୌଭାଗ୍ୟକୁ ସେ ବଞ୍ଚିଗଲେ । ଏମିତି ଏକ ଘଟଣା ଘଟିଛି ଆମେରିକାର ଲୁଇଜିଆନାରେ ।

ଜିମ୍ମି ଇଭାନ ନାମକ ଏହି ୨୬ ବର୍ଷ ବୟସ୍କ ଯୁବକ ଜଣକ ରାସ୍ତାରେ ଯାଉଥିବାବେଳେ ଟ୍ରାଫିକ ଭିଡରେ ପଡିଗଲେ । ୧୦ରୁ ୧୫ ମିନିଟ ଅପେକ୍ଷା କରିବା ପରେ ସେ ଭାବିଲେ ଆଉକିଛି ସମୟ ପରେ ହୁଏତ ରାସ୍ତା ପରିଷ୍କାର ହୋଇଯିବ । କିନ୍ତୁ ତାହା ହେଲାନାହିଁ । କାରଣ ସେ ଅଟକିଥିବା ସ୍ଥଳର କିଛି ଦୂରରେ ଦୁଇଟି ଗାଡି ମଧ୍ୟରେ ଧକ୍କା ହୋଇଥିଲା । ସେଗୁଡିକ ରାସ୍ତା ଉପରେ ରହିଥିବାରୁ ଦୁର୍ଘଟଣାସ୍ଥଳର ଉଭୟ ପାଶ୍ୱର୍ରେ ହଜାର ହଜାର ଗାଡି ମଟର ଅଟକି ରହିଥିଲା । ଅଧଘଣ୍ଟାଏ ଗଲା, ଘଣ୍ଟାଏ ଗଲା, ତଥାପି ରାସ୍ତାରେ ଭିଡ । ଏହିଭଳି ଦୁଇଘଣ୍ଟା ଯିବାପରେ ଧୈର୍ଯ୍ୟ ହରାଇ ବସିଲେ ଯୁବକ ଜଣକ । ନିକଟରେ ଥିବା ଏକ ନଈ ଭିତରକୁ ଡେଇଁପଡିଲେ । ହେଲେ ସେହି ନଈରେ କୁମ୍ଭୀର ହାଉଯାଉ ହେଉଛନ୍ତି, ସେକଥା ତାଙ୍କୁ ଜଣାନଥିଲା । ସୌଭାଗ୍ୟକୁ ସେ ପହଁରି ପହଁରି କୂଳରେ ନିରାପଦରେ ପହଞ୍ଚିବା ପରେ ନିଜ ସାଙ୍ଗଙ୍କ କାରରେ ଘରକୁ ଫେରିଆସିଥିଲେ । ଅବଶ୍ୟ ପରେ ତାଙ୍କର ଏଭଳି କାର୍ଯ୍ୟ ପାଇଁ ପୁଲିସ ତାଙ୍କୁ ଗିରଫ କରିଥିଲା ।

Comments are closed.