କେତୋଟି ଜାଣିବା କଥା

ଯୁବତୀ ଅବା ମହିଳା, କେତୋଟି ଦିଗ ପ୍ରତି ସାମାନ୍ୟ ସଚେତନ ହେଲେ ସେମାନଙ୍କ ଅନେକ ସମସ୍ୟାର ସମାଧାନ ହୋଇପାରିବ।

ଏଭଳି ଅନେକ ବର୍ଗର ସୁନ୍ଦରୀ ମହିଳା ଅଛନ୍ତି, ଯେଉଁମାନଙ୍କ ନିମନ୍ତେ ଦାନ୍ତର ଦୁର୍ଗନ୍ଧ ଓ ରୂପ ଏକ ମୁଖ୍ୟ ଅସୁବିଧା ହୋଇଥାଏ। ହଳଦିଆ ଦାନ୍ତକୁ ସୁନ୍ଦର ତଥା ଧଳା ଦାନ୍ତରେ ରୂପାନ୍ତରିତ କରିବାକୁ ଚାହୁଁଥିଲେ, ନିୟମିତ ଭାବେ ବେକିଂ ସୋଡା ୧ଚାମଚରେ ହାଇଡ୍ରୋଜେନ୍ ପେରକସାଇଡ୍ ୨-୩ ବୁନ୍ଦା ମିଶାଇ ଦାନ୍ତ ଘଷନ୍ତୁ। ୧ ମାସ ମଧ୍ୟରେ ଦାନ୍ତ ସଫା ହେବା ସହ ଦୁର୍ଗନ୍ଧ ହେବନାହିଁ। ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀର ଟୁଥପେଷ୍ଟ ବଦଳରେ ନିୟମିତ ଭାବେ ଏହି ହାତତିଆରି ପେଷ୍ଟ ବ୍ୟବହାର କଲେ ଫରକ୍ ଶୀଘ୍ର ଜାଣିପାରିବେ।

ନିୟମିତ ଭାବେ ତ୍ବଚାରେ ବ୍ରଣ ହେଉଥିଲେ, ଶୁଦ୍ଧ ମହୁକୁ ବ୍ରଣ ଉପରେ ଲଗାଇ ୧୦ ମିନିଟ୍ ପରେ ନଖ ଉଷୁମ ପାଣିରେ ତ୍ବଚାକୁ ଧୋଇନେବେ। ମହୁର ପ୍ରତିଷେଧକ ଗୁଣ ବ୍ରଣ କମ୍ କରିବାରେ ସହାୟକ ହୋଇଥାଏ।

ଘରୋଇ ଉପାୟରେ କେଶର କଣ୍ଡିସନିଂ କରିବାକୁ ଚାହୁଁଥିଲେ, ଚାଉଳଧୁଆ ପାଣିରେ କେଶ ଧୋଇ ୫ ମିନିଟ୍ ପରେ ଥଣ୍ଡା ପାଣିରେ କେଶ ସଫା କରିନେବେ।

ତ୍ବଚାରେ ଚମକ ଆଣିବାକୁ ଚାହୁଁଥିଲେ, ବାହାରକୁ ଯିବା ପୂର୍ବରୁ ପେଟ୍ରୋଲିୟମ୍ ଜେଲି ସାମାନ୍ୟ ପରିମାଣରେ ତ୍ବଚାରେ ଲଗାଇ ମାଲିସ୍ କରନ୍ତୁ।

Comments are closed.