ପିଲାକୁ ବୁଦ୍ଧିମାନ କରିବା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସାଧାରଣତଃ ପିଲାକୁ ବୁଦ୍ଧିମାନ୍ କରିବାକୁ ବାପା-ମାଆ ପ୍ରାଣପଣେ ଉଦ୍ୟମ କରିଥାଆନ୍ତି। ହେଲେ ବେଳେବେଳେ ଅନେକ ଚେଷ୍ଟା ପରେ ମଧ୍ୟ ପିଲା ବୋକା ହୋଇ ରହେ, ତତ୍ପର ହୁଏ ନାହିଁ କିମ୍ବା ବୁଦ୍ଧିମାନ ହୁଏନାହିଁ। ତେବେ କିଛି ଦିଗ ପ୍ରତି ଧ୍ୟାନ ଦେଲେ ଆପଣଙ୍କ ପିଲା ନିଶ୍ଚିତ ରୂପେ ବୁଦ୍ଧିମାନ ହେବ ଓ ତା’ର ସ୍ମରଣ ଶକ୍ତି ତୀବ୍ର ହେବ। ଏହାସହିତ ପାଠପଢାରେ ମଧ୍ୟ ପିଲାର ମନ ଲାଗିବ। ଆସନ୍ତୁ ଜାଣିବା ପିଲାକୁ ବୁଦ୍ଧିମାନ କରିବା ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ –

ଶିଶୁ ସହ କଥା ହୁଅନ୍ତୁ: ଶିଶୁ ବା ଛୋଟ ପିଲାକୁ ଶିକ୍ଷିତ ତଥା ବୁଦ୍ଧିମାନ୍ କରିବା ପାଇଁ ସେମାନଙ୍କ ସହ କଥାବର୍ତ୍ତା ହେବା ଆବଶ୍ୟକ। ଶିଶୁ ସହ କଥା ହେବା ଦ୍ୱାରା ସମ୍ପର୍କ ଶକ୍ତ ହେବା ସାଙ୍ଗକୁ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ତେଣୁ ଇଂରାଜୀ, ହିନ୍ଦୀ ତଥା ନିଜ ଭାଷାରେ ପିଲା ସହ କଥା ହୁଅନ୍ତୁ।

ଘରେ ସକରାତ୍ମକ ପରିବେଶ ସୃଷ୍ଟି କରନ୍ତୁ: ଶିଶୁ ପାଇଁ ଘରେ ଏକ ସୁନ୍ଦର ଏବଂ ସକରାତ୍ମକ ପରିବେଶ ସୃଷ୍ଟି ହେବା ଆବଶ୍ୟକ। ଯାହାଫଳରେ ଶିଶୁର ଚିନ୍ତାଧାରା ମଧ୍ୟ ସକରାତ୍ମକ ହେବ।

ବୟସ ଅନୁସାରେ ଖେଳଣା ଚୟନ: ଶିଶୁ ପାଇଁ ଖେଳଣା କିଣୁଥିଲେ ସେମାନଙ୍କ ବୟସ ଅନୁସାରେ ତାହା ଚୟନ କରନ୍ତୁ। କାରଣ ଖେଳଣାର ପ୍ରଭାବ ଶିଶୁର ମାନସିକ ବିକାଶ ଉପରେ ପ୍ରଭାବ ପକାଇଥାଏ।

ଘରେ ପାଠ ପଢ଼ାନ୍ତୁ: ଶିଶୁ ସ୍କୁଲ ଗଲେ ହିଁ ପାଠ ପଢ଼ିବ, ଏପରି ମାନସିକତା ଆଦୌ ରଖନ୍ତୁ ନାହିଁ। ଘରେ ଖେଳିବା ସମୟରେ ଶିଶୁକୁ ପାଠ ପଢ଼ାନ୍ତୁ। ଖେଳଣା ସାହାଯ୍ୟରେ ମଧ୍ୟ ଆପଣ ଶିଶୁକୁ ପାଠ ପଢ଼ାଇପାରିବେ।

Comments are closed.