କମ୍ ବୟସରେ କେଶ ପାଚି ଯାଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

0

ସାଧାରଣତଃ ଆମେ ଜାଣନ୍ତି ଯେ, ବୟସ ବଢିବା ସଙ୍ଗେସଙ୍ଗେ ବ୍ୟକ୍ତିଙ୍କ କେଶ ପାଚିଥାଏ ବା ଧଳା ହୋଇଥାଏ। ହେଲେ ଆଜିକାଲି ପୁରୁଷ ହୁଅନ୍ତୁ ଅବା ମହିଳା କମ୍ ବୟସରେ କେଶ ପାଚିବା ଏକ ବଡ ସମସ୍ୟା ସାଜିଛି। ତେଣୁ ସେମାନେ ବାଧ୍ୟ ହୋଇ ବଜାରରେ ମିଳୁଥିବା ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରିତ କେଶ କଳା କରିବା ରଙ୍ଗର ବ୍ୟବହାର କରୁଛନ୍ତି। ଫଳରେ ଏହାର କୁପ୍ରଭାବ କେଶ ଉପରେ ପଡୁଛି। ତେବେ ଏପରି କିଛି ଘରୋଇ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ବାରା ବିନା କୌଣସି ପାର୍ଶ୍ବ ପ୍ରତିକ୍ରିୟାରେ ଖୁବଶୀଘ୍ର ଆପଣ କେଶର ଗାଢ କଳା ରଙ୍ଗ ଫେରି ପାଇବେ। ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ –

– ଅଁଳା କେଶକୁ କଳା କରିବାରେ ସାହାଯ୍ୟ କରିଥାଏ। ଅଁଳା ରସରେ ବାଦାମ ତେଲ ମିଶାଇ ଲଗାଇଲେ ଧଳା କେଶ କଳା ଓ ଘନ ହୋଇଥାଏ।
– ଅଦା ରସରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ସପ୍ତାହରେ ଦୁଇ ଥର କେଶରେ ଲଗାଇଲେ ଧଳା କେଶ କଳା ହୋଇଥାଏ। ପିଆଜ ରସ ମଧ୍ୟ କେଶ ମୂଳରେ ଲଗାଇଲେ, କେଶ କଳା ଓ ଚମକଦାର ହୋଇଥାଏ।
– ମେହେନ୍ଦି ଓ ମେଥିକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏଥିରେ କିଛି ମାତ୍ରାରେ ଲହୁଣୀ ଏବଂ ନଡିଆ ତେଲ ମିଶାନ୍ତୁ। ଏହି ମିଶ୍ରଣ କେଶରେ ଲଗାଇଲେ ଖୁବ୍ ଫଳପ୍ରଦ ହୋଇଥାଏ।
– ନଡ଼ିଆ ତେଲରେ ଭୃସଙ୍ଗ ପତ୍ର ଓ ଅଁଳାକୁ ପକାଇ ଗରମ କରନ୍ତୁ। ଏହି ତେଲକୁ ଥଣ୍ଡା କରି ମୁଣ୍ଡରେ ଲଗାଇବା ଦ୍ୱାରା ଧଳା କେଶରୁ ମୁକ୍ତି ମିଳିଥାଏ।
– କେଶରେ ପ୍ରତିଦିନ ସୋରିଷ ତେଲ ଲଗାନ୍ତୁ, କେଶ କଳା ରହିବ।
– ଧଳା କେଶକୁ ପ୍ରତିଦିନ ବ୍ଲାକ କଫି ବା ବ୍ଲାକ ଟି’ରେ ଧୋଇଲେ କେଶର ରଙ୍ଗ ଗାଢ କଳା ହୋଇଥାଏ।

Leave A Reply