କ୍ରୋଧକୁ ନିୟନ୍ତ୍ରଣ କରିବାର ଉପାୟ…..

କଥାରେ ଅଛି କ୍ରୋଧ ମଣିଷର ପରମ ଶତ୍ରୁ। ତେଣୁ ଏହାକୁ ଯିଏ ନିୟନ୍ତ୍ରଣରେ ରଖିପାରେ ସେ ସବୁ ପରିସ୍ଥିତିକୁ ସହଜରେ ସାମ୍ନା କରିପାରେ ଏବଂ ସମସ୍ୟାର ସାମାଧାନ କରବାରେ ସକ୍ଷମ ହୋଇଥାଏ। ଅନେକ ପରିସ୍ଥିତିରେ କ୍ରୋଧକୁ ନିୟନ୍ତ୍ରଣ କରିବା ମୁସ୍କିଲ୍ ବ୍ୟାପାର ହୋଇଥାଏ। ଏହି କ୍ରୋଧ ଦ୍ୱାରା ଅନେକ ସମୟରେ ଆମେ ଅନେକ ଜଟିଳ ରୋଗର ମଧ୍ୟ ସାମ୍ନା କରିଥାଉ। ଏପରିକି ଏହା ଆମ ଜୀବନ ମଧ୍ୟ ନେଇପାରେ। ତେବେ ଆପଣ ଚାହିଁଲେ କିଛି ସରଳ ଉପାୟ ଆପଣାଇ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିପାରିବେ। ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ-

– ନିଜ ଭାବନାକୁ ଅନ୍ୟ ସମ୍ମୁଖରେ ପରିପ୍ରକାଶ କରନ୍ତୁ। ଦେଖିବେ ସମୟକ୍ରମେ ଆପଣଙ୍କ ରାଗ, ରୋଷ ଦୂର ହୋଇଯିବ।
– ପରିବାର ସଦସ୍ୟଙ୍କ ସହ କଥା କଟାକଟି ହେଲେ ଜଣେ ଅତିଷ୍ଠ ହୋଇ ରାଗିଯାଏ। ଏଭଳି ସମୟରେ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ସେହି ସ୍ଥାନରୁ ଦୂରେଇ ଆସନ୍ତୁ। ଟିଭିରେ ନିଜ ମନପସନ୍ଦର କାର୍ୟ୍ୟକ୍ରମ ଦେଖିପାରିବେ ନଚେତ୍ କୌଣସି ହାସ୍ୟରସାତ୍ମକ କାର୍ୟ୍ୟକ୍ରମ ଦେଖିବା ଭଲ।
– ପାଖରେ ଛୋଟ ଫୁଟବଲ୍ ଥିଲେ କିଛି ସମୟ ଖେଳନ୍ତୁ। ବିଶେଷଜ୍ଞଙ୍କ ମତରେ ମନରୁ ନକରାତ୍ମକ ଭାବନା ଦୂର କରାଇବାରେ ଏହି ଉପାୟ ଖୁବ୍ ସହାୟକ।
– ସବୁବେଳେ ମନେରଖନ୍ତୁ ରାଗିଲେ ସମସ୍ୟାର ସମାଧାନ ହୋଇ ନ ଥାଏ, ବରଂ ସ୍ଥିର ଚିତ୍ତରେ ଓ ଶାନ୍ତ ମନରେ ସମସ୍ତଙ୍କ ସହ ବାର୍ତ୍ତାଳାପ କରନ୍ତୁ।
– ସକାଳୁ ଉଠିବା ପରେ କିଛି ସମୟ ଧ୍ୟାନ ଅଭ୍ୟାସ ଆରମ୍ଭ କଲେ ମଧ୍ୟ ମନ ଶାନ୍ତ ହୋଇଥାଏ। ୧ ସପ୍ତାହ ୧୦ ମିନିଟ୍ ଧରି ଧ୍ୟାନ କଲେ ଆପଣଙ୍କ ଶରୀର ଉପରେ ଏହାର ପ୍ରଭାବ ଆପଣ ନିଜେ ଉପଲବ୍ଧି କରିପାରିବେ।

 

Comments are closed.