କେଶକୁ ସାମ୍ପୁ କରିବା ପୂର୍ବରୁ ଏହି ୫ଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

କେଶକୁ ସଫା ରଖିବା ନିତ୍ୟାନ୍ତ ଜରୁରୀ। କେଶ ସଫା ପାଇଁ ସାମ୍ପୁର ବ୍ୟବହାର ସାଧାରଣ କଥା । ମାତ୍ର ଭୁଲ ପ୍ରଣାଳୀରେ ସାମ୍ପୁ କରିବା ଦ୍ୱାରା କେଶ ପାଇଁ ଏହା କ୍ଷତିକାରକ ହୋଇଥାଏ। ଜାଣନ୍ତୁ ….
ସାଧାରଣ ଭାବେ କେଶ ସଫା କରିବା ପରେ ଏଥିରେ ଥିବା ପ୍ରାକୃତିକ ତୈଳର ପରିମାଣ କମ ହୋଇଯାଏ। ଅନେକ ସମୟରେ ଏହି କାରଣରୁ କେଶ ଶୁଷ୍କ ହୋଇଯାଏ। ତେଣୁ ସାମ୍ପୁ କରିବାର ୧ଘଣ୍ଟା ପୂର୍ବରୁ ଭଲ ଭାବେ କେଶ ମୂଳରେ ତେଲ ଲଗାନ୍ତୁ।
ସାମ୍ପୁ କରିବା ପୂର୍ବରୁ କେଶକୁ ଭଲ ଭାବେ କୁଣ୍ଡାନ୍ତୁ। ଏହାଦ୍ୱାରା କେଶ ଝଡ଼ିବା ଓ ଛିଣ୍ଡିବା କମ ହୋଇଥାଏ।
କେଶ ସଫା କରିବା ସମୟରେ ଭଲ ଭାବେ କେଶକୁ ଓଦା କରିଦିଅନ୍ତୁ। ଏହାପରେ ସାମ୍ପୁର ବ୍ୟବହାର କରନ୍ତୁ।
ସିଧାସଳଖ ପରିବର୍ତ୍ତେ ସାମ୍ପୁକୁ ପାଣିରେ ମିଶାଇ କେଶରେ ଲଗାନ୍ତୁ। ଏହାଦ୍ୱାରା କେଶରେ ସମସ୍ତ ଭାଗକୁ ସଠିକ ଓ ସମାନ ପରିମାଣରେ ସାମ୍ପୁର ମାତ୍ରା ଯାଇଥାଏ।
ସାମ୍ପୁ ଲଗାଇ କେବଳ ଆଙ୍ଗୁଳି ବ୍ୟବହାର କରି କେଶକୁ ସାମ୍ପୁ କରନ୍ତୁ। ଏହାଦ୍ୱାରା କେଶ ଝଡ଼ିନଥାଏ। କେଶର ଶେଷ ଭାଗକୁ ମଧ୍ୟ ଭଲ ଭାବେ ସାମ୍ପୁ କରନ୍ତୁ।
ସାମ୍ପୁପରେ କଣ୍ଡିସନରର ନିଶ୍ଚୟ ବ୍ୟବହାର କରନ୍ତୁ। ଏହା କେଶ ପାଇଁ ନିତ୍ୟାନ୍ତ ଆବଶ୍ୟକ।

Comments are closed.