ବେଲ ପତ୍ରରେ ଓଁ ନମଃ ଶିବାୟ ମନ୍ତ୍ର ଲେଖି ପ୍ରଭୁଙ୍କୁ ଅର୍ପଣ କରନ୍ତୁ

ଭଗବାନ ଶିବଶଙ୍କର କୃପା ଶୀଘ୍ର ପାଇବାକୁ ଚାହୁଁଥିଲେ ତାଙ୍କ ଲିଙ୍ଗ ସ୍ୱରୂପକୁ ସଠିକ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରନ୍ତୁ। ଏହି ଉପାୟରେ ପ୍ରଭୁଙ୍କ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ।
୧- ଆୟୁ ବୃଦ୍ଧି ପାଇଁ ଗାଈ ଘିଅରେ ରୁଦ୍ରାଭିଷେକ କରନ୍ତୁ।
୨ – ବାହନ ସୁଖ ପାଇଁ ମଲ୍ଲୀ ଫୁଲ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
୩ – ଶିବ ମନ୍ଦିରରେ ଗାଈ ଘିଅରେ ଦୀପ ଲଗାନ୍ତୁ।
୪- ବେଲ ପତ୍ରରେ ଓଁ ନମଃ ଶିବାୟ ମନ୍ତ୍ର ଲେଖି ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
୫ – କେସର ମିଶ୍ରିତ ଜଳ ଅର୍ପଣ କଲେ ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହେବା ସହ ଜୀବନ ସୁଖମୟ ହୋଇଥାଏ।
୬- ଶନିଙ୍କ ଦୋଷରୁ ମୁକ୍ତି ପାଇବା ପାଇଁ ରାଶି ଅର୍ପଣ କରନ୍ତୁ।
୭- ଶିବଲିଙ୍ଗରେ ଦୁଦୁରା ଫୁଲ ଅର୍ପଣ କରିବା ଦ୍ୱାରା ଘର ଓ ସନ୍ତାନ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ।
୮ – ଧନ ପ୍ରାପ୍ତି ପାଇଁ ଖିରୀରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ।

Comments are closed.