ପାଟିର ଯତ୍ନ

ପାଟିର ଯତ୍ନ ନେବା ପାଇଁ କିଛି ବିଶେଷ ଘରୋଇ ଉପାୟ ରହିଛି। ଯାହାକୁ ଆପଣାଇବା ଦ୍ୱାରା ଦାନ୍ତ ଓ ପାଟି ଭିତର ଅଂଶ ସଠିକ ରହିଥାଏ।
ଗ୍ରୀନ ଟିରେ ଆଣ୍ଟି-ବ୍ୟାକ୍ଟରିଅଲ ତତ୍ତ୍ୱ ରହିଛି। ତେଣୁ ଏହାକୁ ନିୟମିତ ପିଇବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
– ଅଧିକରୁ ଅଧିକ ପାଣି ପିଇବା ଦ୍ୱାରା ମଧ୍ୟ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
– ଡ଼ାଳିମ୍ବର ଚୋପାକୁ ପାଣିରେ ପକାଇ ଫୁଟାଇ, ଏହି ପାଣିରେ କୁଳୁକୁଳୁ କରିବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
– ଦିନ ଭିତରେ ୨ ରୁ ୩ ଥର ଶୁଖିଲା ଧନିଆ ଚୋବାଇ ଖାଆନ୍ତୁ।
– ତୁଳସୀ ପତ୍ରକୁ ଚୋବାଇ ଖାଇବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
– ପୁଦିନା ପତ୍ର ଖାଇବା ଦ୍ୱାରା ମଧ୍ୟ ପାଟି ଦୁର୍ଗନ୍ଧ ଦୂର ହେବାରେ ସାହାଯ୍ୟ କରିଥାଏ।
– ସପ୍ତାହକୁ ୨ ରୁ ୩ଥର ସୋରିଷ ତେଲରେ ସାମାନ୍ୟ ଲୁଣ ମିଶାଇ ଏହାକୁ ମାଢିରେ ଲଗାଇ ମାଲିସ କରିବା ଦ୍ୱାରା ଦାନ୍ତ ମାଢି ସୁସ୍ଥ ହେବା ସହ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
– ଲବଙ୍ଗ ଗୋଟିଏ ପାଟିରେ ପକାଇ ରଖିବା ଦ୍ୱାରା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
– ପିଜୁଳି ପତ୍ର ଚୋବାଇବା ଦ୍ୱାରା ମଧ୍ୟ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।

Comments are closed.