ଦୁଶ୍ଚିନ୍ତା ଓ ଅବସାଦରୁ ମୁକ୍ତି ପାଇବାର ଉପାୟ

0

ବ୍ରହ୍ମାଣ୍ଡ ହିଁ ପ୍ରାଣଶକ୍ତିର ଉତ୍ସ। କେବଳ ଏହି ସତ୍ୟ ଉପରେ ଧ୍ୟାନ ଓ ବିଶ୍ୱାସ ରହିଲେ ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଜାଗ୍ରତ ହୋଇଥାଏ। ଆପଣଙ୍କ ପାଖରେ ଯାହାବି ଅଛି ଯାହାବି ଆପଣଙ୍କୁ ମିଳିଛି ଏପରିକି ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ପାଇଁ ଈଶ୍ୱରଙ୍କୁ କୃତଜ୍ଞତା ଜଣାନ୍ତୁ। ସବୁବେଳେ ସନ୍ତୁଷ୍ଟ ମନୋଭାବ ରଖିବାକୁ ଚେଷ୍ଟା କରନ୍ତୁ। ଯାହା ଆପଣଙ୍କ ସହ ଘଟୁଛି ବା ଯାହା ଆପଣଙ୍କୁ ଦିଆଯାଇଛି ତାକୁ ଖୁସିର ସହ ଗ୍ରହଣ କରିନିଅନ୍ତୁ। ଏହାଦ୍ୱାରା ଆତ୍ମସନ୍ତୋଷ ମିଳିବା ସହ ମନ ସ୍ଥିର ହୋଇଥାଏ। ପ୍ରତ୍ୟେକ ଦିନ ସକାଳୁ ଜୀବନର ଉପଲବ୍ଧି ବିଷୟରେ ଭାବନ୍ତୁ। ଏପରି କରିବା ଦ୍ୱାରା ସାରାଦିନ ଈଶ୍ୱରଙ୍କ ପ୍ରତି ମନରେ କୃତଜ୍ଞତା ଭାବ ଜାଗ୍ରତ ହେବ ଓ ଦିନ ଶାନ୍ତିର ସହ ବିତିବ। କୃତଜ୍ଞତା ଆପଣଙ୍କୁ ଆହୁରି ସୁନ୍ଦର କରିଥାଏ। ପ୍ରାୟ ସମସ୍ତ ସଭ୍ୟତାରେ ମାଆ ନିଜ ସନ୍ତାନକୁ ଶୋଇବା ପୂର୍ବରୁ ପ୍ରାର୍ଥନା କରିବା ଶିଖାଇଥାଏ। ଏହି ପ୍ରାଚୀନ ଅଭ୍ୟାସର ମହତ୍ତ୍ୱ ହେଉଛି, ଈଶ୍ୱର ଆମକୁ ଏକ ସୁନ୍ଦର ଜୀବନ ଦେବା ସହ ଆଉ ଯାହାକିଛି ବି ଦେଇଛନ୍ତି, ପ୍ରତ୍ୟେକଦିନ ଯାହା ଘଟୁଛି, ସେ ଭଲ ହେଉ ଅବା ଖରାପ ସେ ବିଷୟରେ ଭଗବାନଙ୍କୁ ଜଣାଇ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ଉଚିତ। ଯେତେବେଳେ ଆପଣ ହୃଦୟରେ ଏପରି କୃତଜ୍ଞତା ନେଇ ଶୁଅନ୍ତି, ସେତେବେଳେ ମନ ଶାନ୍ତ ଓ ସ୍ଥିର ହୋଇଯାଏ। ପରଦିନ ସକାଳେ ଆପଣ ଦୁଶ୍ଚିନ୍ତା ଓ ଅବସାଦମୁକ୍ତ ହୋଇ କର୍ମ ସମ୍ପାଦନର ନୂଆ ଉତ୍ସାହ ଓ ପ୍ରେରଣା ପାଇବେ।

Leave A Reply