ଚଳିତ ବର୍ଷ ହୋଲିରେ ନିଜ ଚକ୍ଷୁକୁ କିଭଳି ସୁରକ୍ଷା ଦେବେ: କ’ଣ କରିବା ଉଚିତ ଓ ଅନୁଚିତ୍‍

ଡା.ଦେବୀଐଶ୍ୱର୍ଯ୍ୟା ଦାସଙ୍କ ପରାମର୍ଶ

ରଙ୍ଗର ପର୍ବ ହୋଲି ଆଉ ମାତ୍ର କିଛିଦିନ ବାକି ଥିବାବେଳେ ଏବଂ ପ୍ରତ୍ୟେକ ଏହି ଆନନ୍ଦ ଉଲ୍ଲାସରେ ସାମିଲ ହେବାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବାବେଳେ ଚକ୍ଷୁ ପାଇଁ ପର୍ଯ୍ୟାପ୍ତ ଯତ୍ନ ନିଆଯିବା ନିତାନ୍ତ ଆବଶ୍ୟକ। ଦୁର୍ଭାଗ୍ୟକୁ ଅନେକ ହୋଲି ଉତ୍ସବ ପାଳନ କରିବା ଏବଂ ରଙ୍ଗଭର୍ତ୍ତି ବେଲୁନ ଫିଙ୍ଗିବା ସମୟରେ ତାହାର ପରିଣତି କ’ଣ ହେବ ସେ ସମ୍ପର୍କରେ କେବେ ହୃଦୟଙ୍ଗମ କରିନଥାନ୍ତି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ମଜା କୌତୁକ କରିବା ସମୟରେ ଆମକୁ ସତର୍କତା ପାଳନ କରିବାକୁ ପଡିବ ଏବଂ ବିଶେଷକରି ଯେତେବେଳେ ଚକ୍ଷୁଯତ୍ନ କଥା ଆସୁଛି, ସେତେବେଳେ ଆମକୁ ଅତ୍ୟନ୍ତ ସାବଧାନ ହେବାକୁ ପଡିବ।
ସମ୍ପ୍ରତି ଲକ୍ଷ୍ୟ କରାଯାଉଛି ଯେ ରଙ୍ଗ ତିଆରି କରିବାରେ ଆଉ ପନିପରିବା ଏବଂ ଫୁଲର ରଙ୍ଗକୁ ବ୍ୟବହାର କରାଯାଉନାହିଁ। ତାହା ପରିବର୍ତ୍ତେ, ସିନ୍ଥେଟିକ ରାସାୟନିକ ରଙ୍ଗ ବ୍ୟବହାର କରାଯାଉଛି, ଯାହାର ଦୃଷ୍ଟିଶକ୍ତି ଉପରେ ପ୍ରତିକୂଳ ପ୍ରଭାବ ରହିଛି। ତେଣୁ ହୋଲି ଖେଳିବା ସମୟରେ ଆମକୁ ଆମ ଚକ୍ଷୁର ଯତ୍ନ ନେବାର ଜରୁରୀ ଆବଶ୍ୟକତା ରହିଛି, ତାହା ନହେଲେ ଜଣେ ଚକ୍ଷୁରେ ଜ୍ୱଳନ ଅଥବା ଆଲର୍ଜି, ସଂକ୍ରମଣ ଏବଂ ବେଳେବେଳେ ସ୍ୱଳ୍ପକାଳ ଦୃଷ୍ଟିହୀନତା ଆଦିରେ ଆକ୍ରାନ୍ତ ହୋଇପାରନ୍ତି। ଉତ୍ସବ ପାଳନ କରନ୍ତୁ- କିନ୍ତୁ ଦାୟିତ୍ୱସଂପନ୍ନ ଭାବରେ କରନ୍ତୁ।
ଏଠାରେ ହୋଲି ଖେଳିବା ପୂର୍ବରୁ କେତେକ କରଣୀୟ ଏବଂ ଅକରଣୀୟ ତାଲିକା ଆପଣଙ୍କୁ ମନେରଖିବାକୁ ପ୍ରଦାନ କରାଯାଇଛି।
କରଣୀୟ ବା କରିବା ଉଚିତ:
୧. ତୈଳ ସୁରକ୍ଷା
ଆପଣଙ୍କ ଚକ୍ଷୁ ଚତୁର୍ପାଶ୍ୱର୍ରେ ଥିବା ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ। ଆପଣ ବାହାରକୁ ଯିବା ର୍ପବରୁ ଚକ୍ଷୁ ଚାରିପଟେ ଆଲ୍‍ମଣ୍ଡ ବା ନଡିଆ ତେଲ ଲଗାନ୍ତୁ।
୨. ଚଷମା ବ୍ୟବହାର କରନ୍ତୁ
ଭଲ ଦେଖାଯିବା ସହିତ ଏହାଦ୍ୱାରା ଆପଣଙ୍କ ଚକ୍ଷୁ ମଧ୍ୟ ସୁରକ୍ଷିତ ରହିଥାଏ। କେହି ଯଦି ଆପଣଙ୍କ ମୁହଁରେ ରଙ୍ଗ ବୋଳୁଛନ୍ତି ତେବେ ତାହା ଯେଭଳି ଚକ୍ଷୁରେ ପ୍ରବେଶ ନକରେ ତାହା ସୁନିଶ୍ଚିତ କରନ୍ତୁ। ସୁରକ୍ଷା ପ୍ରଦାନକାରୀ ଚଷମା, ସନ୍‍ଗ୍ଲାସ, ଅଥବା ସାଧାରଣ ଚଷମା ବ୍ୟବହାର କରି ଏହାକୁ ସୁରକ୍ଷା ଦେଇହେବ। ଏହା ଚକ୍ଷୁରେ ରଙ୍ଗ ପ୍ରବେଶକୁ ରୋକିପାରିବ।
୩. ଆଖି ମିଟିମିଟି କରିବା ଏବଂ ପରିଷ୍କାର କରିବା
ଚକ୍ଷୁରୁ ଯଥାସମ୍ଭବ ରଙ୍ଗ ବାହାର କରିବାକୁ ଚେଷ୍ଟା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ରଙ୍ଗ ଆପଣଙ୍କ ଚକ୍ଷୁରେ ରଙ୍ଗ ପ୍ରବେଶକରେ ତେବେ ତୁରନ୍ତ ତାହାକୁ ପରିଷ୍କାର ପାଣି ଅଥବା ପିଇବା ପାଣିରେ ଏକାଧିକ ଥର ଧୋଇଦିଅନ୍ତୁ।
ଆପଣଙ୍କ ମୁହଁ ତଳଆଡକୁ ରଖନ୍ତୁ ଏବଂ ତାହାପରେ ଆପଣଙ୍କ ହାତ ପାପୁଲିରେ ରଖିଥିବା ପାଣିରେ ଚକ୍ଷୁକୁ ବୁଡାଇ ଧୀରେ ଧୀରେ ତାହା ଖୋଲିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ଚକ୍ଷୁ ଭିତରେ ପାଣି ଛାଟନ୍ତୁ ନାହିଁ, କାରଣ ତାହା ବିପରୀତ ପରିଣାମ ଦେଇପାରେ। ଏଥିସହିତ ଆପଣଙ୍କ କେଶକୁ ବାନ୍ଧିଦିଅନ୍ତୁ ଏବଂ ମୁଣ୍ଡରେ ଏକ ଟୋପି ଲଗାନ୍ତୁ, ଏହାଦ୍ୱାରା ରଙ୍ଗପାଣି ଆପଣଙ୍କ ଚକ୍ଷୁକୁ ବୁନ୍ଦାବୁନ୍ଦା ପ୍ରବେଶ କରିବନାହିଁ। କାରଣ ହୋଲି ଖେଳିବା ସମୟରେ ଏହା ହୁଏତ ଚକ୍ଷୁ ସଂକ୍ରମଣ ଏବଂ ଆଲର୍ଜି ସୃଷ୍ଟି କରିପାରେ। ଏହି ସମୟରେ ଚେଷ୍ଟାକରି ଆପଣଙ୍କ ଆଖିକୁ ଖୋଲା ରଖନ୍ତୁ।
୪. ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ
ଯଦି ଚକ୍ଷୁରୁ ଲାଲ ଅଂଶ ନଯାଏ, ଅଥବା ଯଦି ଆଖିରୁ ପାଣିବହେ, କୁଣ୍ଡେଇହୁଏ, ଅସୁଖବୋଧ ହୁଏ ଅଥବା ରକ୍ତ ବାହାରେ ତେବେ ତୁରନ୍ତ ଜଣେ ଚକ୍ଷୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
୫. ମନନଶୀଳ ରୁହନ୍ତୁ
ଚକ୍ଷୁ ନିକଟରେ ରଙ୍ଗ ନପହଞ୍ଚିବା ବାସ୍ତବରେ ଅତ୍ୟନ୍ତ ଫାଇଦାପ୍ରଦ ହୋଇଥାଏ। ତେବେ ଯଦି ଏହା ସବୁ ସମୟରେ ସମ୍ଭବ ନହୁଏ ଏବଂ ଆପଣଙ୍କ ମୁହଁରେ ରଙ୍ଗ ପଡେ ତେବେ ଆପଣଙ୍କ ଚକ୍ଷୁ ଏବଂ ଓଠକୁ ଚାପିକି ବନ୍ଦ କରି ରଖନ୍ତୁ।
୬. ଲୁବ୍ରିକେଟିଂ ଚକ୍ଷୁ ଡ୍ରପ୍‍
ଚକ୍ଷୁ କୁଣ୍ଡାଇହେଲେ ଲୁହ ସୃଷ୍ଟିକାରୀ ଉପାଦାନ ଥିବା ଲୁବ୍ରିକେଟିଂ ଆଇ ଡ୍ରପ୍‍ ବ୍ୟବହାର କରାଯାଇପାରିବ। ଏହା ଯେକୌଣସି ପ୍ରକାର ଅଶ୍ୱସ୍ତିବୋଧକୁ ପ୍ରଶମିତ କରିବାରେ ସହାୟତା କରିବ ଏବଂ ଚକ୍ଷୁ ଭିତରେ ବାକି ରହିଯାଇଥିବା କିଛି ରଙ୍ଗକୁ ଧୋଇ ବାହାର କରିଦେବ।
ଅକରଣୀୟ ବା ଯାହା ନକରିବା ଉଚିତ :
୧. ଆପଣଙ୍କ ଚକ୍ଷୁକୁ ଘଷନ୍ତୁ ନାହିଁ
ହୋଲି ଖେଳିବା ବେଳେ ସବୁଠାରୁ ଏହି ବିଷୟ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ହେବ ଯେ ଆପଣଙ୍କ ଚକ୍ଷୁକୁ ସ୍ପର୍ଶ କରନ୍ତୁ ନାହିଁ ଅଥବା ତାହାକୁ ବାରମ୍ବାର ଘଷନ୍ତୁ ନାହିଁ କାରଣ ଏହାଦ୍ୱାରା ଆପଣଙ୍କ ଆଖିରେ ଜଳନ ହୋଇପାରେ ଅଥବା ଦୃଷ୍ଟିଶକ୍ତି ନଷ୍ଟ ହୋଇପାରେ।
୨. ରଙ୍ଗପାଣି ବେଲୁନ ନିବୃତ୍ତ ରୁହନ୍ତୁ
ରଙ୍ଗପାଣି ଭର୍ତ୍ତି ବେଲୁନର ବ୍ୟବହାରରୁ ନିବୃତ୍ତ ରୁହନ୍ତୁ। ଏଗୁଡିକ ଅତ୍ୟନ୍ତ ବିପଜ୍ଜନକ ଏବଂ ଚକ୍ଷୁରେ ଗଭୀର ଆଘାତ ପହଞ୍ଚାଇପାରେ, ଯଦ୍ଦ୍ୱାରା ଚକ୍ଷୁରୁ ରକ୍ତ ବହିବା, ଲେନ୍‍ସ ଅକାମୀ ହେବା ଅଥବା ସ୍ଥାନଚ୍ୟୁତ ହେବ, ମାକୁଲାର ଏଡେମା, ଅଥବା ରେଟିନା ସ୍ଥାନଚ୍ୟୁତ ହେବା ଆଶଙ୍କା ରହିଥାଏ। ଏହାଦ୍ୱାରା ଦୃଷ୍ଟିଶକ୍ତି ନଷ୍ଟ ହୋଇପାରେ ଅଥବା ଚକ୍ଷୁ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇପାରେ। ଏହି ପରିସ୍ଥିତିର ତୁରନ୍ତ ଜଣେ ଅପ୍ଥାଲମୋଲୋଜିଷ୍ଟଙ୍କ ଦ୍ୱାରା ଯାଞ୍ଚ କରାଯିବା ଆବଶ୍ୟକ।
୩. ରହିଥିବା ଉପାଦାନକୁ ବାହାର କରିବା
ଆପଣଙ୍କ ଚକ୍ଷୁରେ ପ୍ରବେଶ କରିଥିବା କୌଣସି ବସ୍ତୁକୁ ଏକ ରୁମାଲ ଅଥବା ଟିସ୍ୟୁ ବ୍ୟବହାର କରି ବାହାର କରିବାକୁ ଚେଷ୍ଟା କରନ୍ତୁ ନାହିଁ, ବରଂ ଏହା ପରିସ୍ଥିତିକୁ ଅଧିକ ଖରାପ କରିଦେବ।
୪. କଣ୍ଟାକ୍ଟ ଲେନ୍ସ ବ୍ୟବହାର ନକରିବାକୁ ଚେଷ୍ଟା କରନ୍ତୁ
କଣ୍ଟାକ୍ଟ ଲେନ୍ସ ପରିଧାନ ଏଡାଇବାକୁ ଚେଷ୍ଟା କରନ୍ତୁ ଅଥବା ଏକ ଦିନିକିଆ ସାମୟିକ ବ୍ୟବହାରଯୋଗ୍ୟ ଲେନ୍ସ ବ୍ୟବହାର କରନ୍ତୁ କାରଣ ଏହା ଭଲ ଅପେକ୍ଷା ଅଧିକ ଖରାପ କରିବ। କଣ୍ଟାକ୍ଟ ଲେନ୍ସରେ ଜଳ ଧାରଣ କରିବାର ଗୁଣ ରହିଛି ଏବଂ ଚକ୍ଷୁ ମଧ୍ୟକୁ ପ୍ରବେଶ କରୁଥିବା କୌଣସି ପ୍ରକାର ରଙ୍ଗପାଣି ଏଥିରେ ଜମାହୋଇ ଆଲର୍ଜି ଏବଂ ସଂକ୍ରମଣ ଆପଦ ବୃଦ୍ଧି କରିଥାଏ। ଅଧିକ ମାର୍ଗଦର୍ଶନ ପାଇଁ ଆପଣଙ୍କ କଣ୍ଟାକ୍ଟ ଲେନ୍ସ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
ଚଷମା ପିନ୍ଧିଥିବା ବ୍ୟକ୍ତିଙ୍କ ମୁହଁରେ ରଙ୍ଗ ଲଗାଇବା ସମୟରେ ଯତ୍ନବାନ ହୁଅନ୍ତୁ, ଏବଂ ତାଙ୍କୁ ଏ ସମ୍ପର୍କରେ ପୂର୍ବରୁ ପଚାରିନେବା ଭଲ ନଚେତ୍‍ ଆପଣ ଉକ୍ତ ବ୍ୟକ୍ତିଙ୍କୁ ସେ ପିନ୍ଧିଥିବା ତାଙ୍କ ଚଷମାରେ ଆହତ କରିବାର ଆଶଙ୍କା ରହିଛି।
ଚଷମା ପିନ୍ଧୁଥିବା ଲୋକମାନେ ହୋଲି ସମୟରେ ଅଳ୍ପକିଛି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଯଦିଓ ସେମାନେ ଚଷମା ପିନ୍ଧନ୍ତି, ସେମାନଙ୍କ ଚଷମା ଫ୍ରେମର ସୂକ୍ଷ୍ମ ସ୍ଥାନଗୁଡିକରେ ରଙ୍ଗ ଜମା ହୋଇପାରିବ। ରିମ୍‍ଲେସ ଚଷମା ମଧ୍ୟ ସହଜରେ ଭାଙ୍ଗିଯିବା ଆଶଙ୍କା ରହିଥାଏ। ତେଣୁ ଚଷମା ପରିଧାନକୁ ଏଡାଇଯିବା ଶ୍ରେୟସ୍କର।
ଆମ ଜୀବନରେ ଉଜ୍ଜ୍ୱଳ ରଙ୍ଗ ଅନେକ ସକାରାତ୍ମକ ପ୍ରଭାବ ପକାଉଥିବା ଆପଣ ନିଶ୍ଚିତ କରିବା ସମୟରେ ଏହା ମଧ୍ୟ ସୁନିଶ୍ଚିତ କରନ୍ତୁ ଯେ ସେହି ରଙ୍ଗ ଯେଭଳି ଆପଣଙ୍କ ଚକ୍ଷୁରୂ ଦୂରେଇ ରହିବ।
ଏହି ଚମତ୍କାର ରଙ୍ଗର ଉତ୍ସବ ଅବସରରେ ହୋଲି ଉପଭୋଗ କରନ୍ତୁ, ଖୁସି ଏବଂ ରଙ୍ଗୀନ ରୁହନ୍ତୁ କିନ୍ତୁ ଏହି ପରାମର୍ଶଗୁଡିକୁ ଅନୁସରଣ କରନ୍ତୁ, ଯଦ୍ଦ୍ୱାରା ଆପଣ ଏବଂ ଆପଣଙ୍କ ପ୍ରିୟ ପରିଜନ ନିରାପଦ ରହିବେ ।
ଲେଖକ ସିନିୟର କନ୍‍ସଲଟାଣ୍ଟ-ଅପ୍‍ଥାଲମୋଲୋଜିଷ୍ଟ, ଡା.ଅଗ୍ରୱାଲ୍‍ସ ଆଇ ହସ୍ପିଟାଲ, କଟକ, ଓଡ଼ିଶା

Comments are closed.