ସୁସ୍ଥ ଫୁସଫୁସ ପାଇଁ ଆପଣାନ୍ତୁ ଏହି ଉପାୟ

ଫୁସଫୁସ ଆମ ଶରୀରର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ। ନିଶ୍ୱାସ ପ୍ରଶ୍ୱାସର ସମସ୍ତ ପ୍ରକ୍ରିୟାରେ ଫୁସଫୁସ ସହାୟକ ହୋଇଥାଏ। ଏଥିରେ ସମସ୍ୟା ହେଲେ ନିଶ୍ୱାସପ୍ରଶ୍ୱାସରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହା ସୁସ୍ଥ ରହିବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ….
ପାଣି ପିଇବା ଫୁସଫୁସ ପାଇଁ ବେଶ ଆବଶ୍ୟକ। ଦିନରେ ୮ ରୁ ୧୦ ଗ୍ଲାସ ପାଣି ନିଶ୍ଚୟ ପିଅନ୍ତୁ।
ଅଖରୋଟ ଖାଇବା ଦ୍ୱାରା ମଧ୍ୟ ନିଶ୍ୱାସ ପ୍ରଶ୍ୱାସରେ ଥିବା ସମସ୍ୟା ଦୂର ହୋଇଥାଏ।
ମାଛର ସେବନ ମଧ୍ୟ ଫୁସଫୁସ ପାଇଁ ଲାଭଦାୟକ।
ନିୟମିତ ଗୋଟିଏ ସେଓ ଖାଆନ୍ତୁ। ସେଓରେ ଥିବା ପୋଷକ ତତ୍ୱ ଫୁସଫୁସ ସୁସ୍ଥ ରଖିବା ପାଇଁ ବେଶ ଲାଭଦାୟକ।
ବ୍ରୋକୋଲି ମଧ୍ୟ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ବେରିଜ ମଧ୍ୟ ଖାଦ୍ୟରେ ସାମିଲ କରନ୍ତୁ।
ବିନସ୍ ଖାଇବା ମଧ୍ୟ ଲାଭକାରୀ।

Comments are closed.