ରୁକ୍ଷ ତ୍ବଚାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ରୁକ୍ଷ ଓ ଶୁଷ୍କ ତ୍ବଚାକୁ ନେଇ ବହୁତ ଲୋକ ଚିନ୍ତିତ ଥାଆନ୍ତି। ଖାସ୍‌ କରି ଶୀତ ଦିନେ ଏହି ସମସ୍ୟା ଅଧିକ ଦେଖାଦିଏ। ଯାହା ଫଳରେ ତ୍ବଚାର ନମନୀୟତା କ୍ଷୟ ହେବା ସହ ତ୍ବଚା ମଳିନ ତଥା ପ୍ରାଣହୀନ ଦେଖାଯାଏ। ଯେହେତୁ ଧୀରେ ଧୀରେ ଶୀତଦିନ ପାଖେଇ ଆସିଲାଣି, ତେଣୁ ଏହି ସମସ୍ୟା ଥିବା ଲୋକମାନେ ସତର୍କ ରୁହନ୍ତୁ ଏବଂ ତ୍ବଚାର ଉଚିତ୍‌ ଯତ୍ନ ନେବା ଆରମ୍ଭ କରନ୍ତୁ। ତେବେ ଏପରି କିଛି ଜିନିଷ ଅଛି ଯାହାକୁ ବ୍ୟବହାର କରିବା ଦ୍ବାରା ତ୍ବଚାର ରୁକ୍ଷପଣ ଦୂର ହେବା ସହ କେବଳ ଶୀତ ଦିନ ନୁହେଁ ବରଂ ସବୁ ଋତୁରେ ଆପଣଙ୍କ ତ୍ବଚା ସୁସ୍ଥ, ସତେଜ ଓ ଚମକପ୍ରଦ ରହିବ। ଆସନ୍ତୁ ଜାଣିବା ସେହି ଜିନିଷ ଓ ତା’ର ବ୍ୟବହାର ବିଷୟରେ –

ଆପଣଙ୍କ ତ୍ୱଚାରୁ ରୁକ୍ଷପଣ ଦୂର କରିବା ପାଇଁ ପୁଦିନା ପତ୍ର, ଗ୍ଲିସରିନ୍ ଏବଂ ଗୋଲାପ ଜଳ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଚମକପ୍ରଦ ତ୍ବଚା ପାଇଁ ପ୍ରଥମେ ପୁଦିନା ପତ୍ରକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେ​‌ଷ୍ଟ​‌ରେ ଗୋଲାପ ଜଳ ମିଶାନ୍ତୁ। ଏବେ ଏଥିରେ ଦୁଇ ବୁନ୍ଦା ଗ୍ଲିସରିନ୍ ମିଶାନ୍ତୁ। ଏହି ପେଷ୍ଟକୁ ଚେହେରାରେ ଲଗାଇ ୩୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଯଦି ଆପଣ ନିୟମିତ ଏହାକୁ ବ୍ୟବହାର କରିବେ, ତେବେ ମୁଖରେ ବ୍ରଣ ସମସ୍ୟା, ମୃତ କୋଷିକା ସମସ୍ୟା ଏବଂ ରୁକ୍ଷ ତ୍ୱଚା ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ।

Comments are closed.