ଆପଣଙ୍କୁ କଫି ପିଇବା ପସନ୍ଦ କି? ଏହି ବିଶେଷ କଥା ପ୍ରତି ଧ୍ୟାନ ଦିଅନ୍ତୁ

ବହୁ ଲୋକେ ଥକ୍କାପଣ ଓ ମାନସିକ ଚାପ ଅନୁଭବ ହେଲେ ଏଥିରୁ ମୁକ୍ତି ପାଇବାକୁ ଚା’ କିମ୍ବା କଫି ସେବନ କରିଥାଆନ୍ତି। ଚା’ କିମ୍ବା କଫି ପିଇବା ଦ୍ୱାରା ଆରାମ ଅନଭୁବ ହୋଇଥାଏ ବୋଲି ମଧ୍ୟ ବହୁ ଲୋକଙ୍କ ଧାରଣା। ମାତ୍ର କେଉଁ ସମୟରେ ଏହାର ସେବନ କରିବା ଉଚିତ ନୁହେଁ ତାହା ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ ଏହା ବିଷୟରେ…..
ରାତିରେ ଶୋଇବା ପୂର୍ବରୁ ଚା’, କଫି, ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ। ଏହା ଅନିଦ୍ରା ସମସ୍ୟା ସୃଷ୍ଟି କରିବା ସହ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି କରିଥାଏ।
ବିଶେଷଜ୍ଞଙ୍କ ମତରେ ୧୦ ଗ୍ରାମ କଫିରେ ୪ ମି.ଲି ଗ୍ରାମ କ୍ୟାଫିନ୍‍ ଥାଏ। ଯାହାର ପ୍ରଭାବ ଶରୀର ଉପରେ ପ୍ରାୟ ୨ ଘଣ୍ଟା ରହିଥାଏ। ଫଳରେ ଏହାର ପ୍ରଭାବରେ ଗଳା ଓ ପେଟରେ ଜଳାପୋଡ଼ା ହେବା ସହ ଗ୍ୟାସଟିକ ସମସ୍ୟା ସୃଷ୍ଟି ହୋଇଥାଏ। ରାତିରେ ଚା’, କଫିର ସେବନ ଦ୍ୱାରା ଗ୍ୟାସଟିକର ମାତ୍ରା ଶରୀରରେ ବୃଦ୍ଧି ପାଇଥାଏ। ଏହାର ପ୍ରଭାବରେ ପେଟ ଜନିତ ଯନ୍ତ୍ରଣା ଓ ଶରୀରରେ ବହୁ ରୋଗ ସୃଷ୍ଟି ହୋଇଥାଏ। 
ଯଦି ଆପଣଙ୍କୁ କଫି ପିଇବା ଅତ୍ୟନ୍ତ ପସନ୍ଦ, ତେବେ ସର୍ବଦା ଏହାକୁ ଦିନ ସମୟରେ ୨ଥର ପିଇପାରିବେ। ମାତ୍ର ରାତିରେ ପିଇବା ଓ ୨ ଥରୁ ଅଧିକ ପିଇବା ମଧ୍ୟ ଉଚିତ ନୁହେଁ । ଗର୍ଭବତୀମାନେ ଦିନକୁ ଥରେ ଅଳ୍ପ ମାତ୍ରାରେ କଫି ପିଇପାରିବେ।

Comments are closed.