ସୁନ୍ଦର ତ୍ୱଚା ପାଇଁ ଏହି ଜିନିଷର କରନ୍ତୁ ବ୍ୟବହାର

ବହୁ ପ୍ରାକୃତିକ ଉପାୟ ରହିଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ଆମ ମୁହଁ ପାଇଁ ଖୁବ ହିତକାରକ ହୋଇଥାଏ। ବ୍ୟସ୍ତ ବହୁଳ ଜୀବନ ଯୋଗୁଁ ଆମେ ନିଜ ମୁହଁର ଠିକ ଭାବେ ଯତ୍ନ ନେଇପାରୁ ନାହିଁ। ଫଳରେ ତ୍ୱଚା ଫିକା ପଡ଼ିଯାଏ। ଏହା ସବୁ ଝିଅଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା।
ନିୟମିତ ଭିଟାମିନ ସି ଯୁକ୍ତ ଖାଦ୍ୟପଦାର୍ଥ ଓ ଫଳ ଖାଆନ୍ତୁ। କମଳା, ଟମାଟୋ, ଲେମ୍ବୁ, କଦଳୀ ଆଦି ଭିଟାମିନ ସିର ଉତ୍ତମ ସ୍ରୋତ। ଭିଟାମିନ ସି ଥିବା କ୍ରିମ, ସିରମ, ପାଉଡ଼ର, ଲୋଶନ ବଜାରରେ ଉପଲବ୍ଧ। ଏହି ସମସ୍ତ ବିୟୁଟି ଦ୍ରବ୍ୟକୁ ସକାଳ କିମ୍ବା ରାତି ସମୟରେ ମୁହଁରେ ବ୍ୟବହାର କରିବା ଉଚିତ। ଏହାକୁ ଲଗାଇ ଖରାକୁ ତୁରନ୍ତ ଯାଆନ୍ତୁ ନାହିଁ। କିଛି ସମୟପରେ ସନ କ୍ରିମ ଲଗାଇ ବାହାରକୁ ଯାଇପାରିବେ।
ଭିଟାମିନ ସି ମୁହଁର ବିଭିନ୍ନ ଦାଗକୁ ଦୂର କରିଥାଏ।
ମୁହଁରେ ସୃଷ୍ଟି ହେଉଥିବା କୁଞ୍ଚନ ଓ ବ୍ରଣ ସମସ୍ୟାକୁ ଏହା ଦୂର କରିଥାଏ।
ନିୟମିତ ଏହାକୁ ବ୍ୟବହାର କରିବା ଦ୍ୱାରା ମୁହଁର ଚମକ ବୃଦ୍ଧି ପାଇଥାଏ। ମୁହଁ ଗୋରା ମଧ୍ୟ ହୋଇଥାଏ।
ଭିଟାମିନ ସିରେ ଆଣ୍ଟିଅକ୍ସିଡ଼ାଣ୍ଟ ପ୍ରଚୁର ମାତ୍ରାରେ ରହିଛି। ଯାହା ମୁହଁର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ।
ପାଣି ଶରୀରର ଜଳୀୟ ଅଂଶକୁ ସନ୍ତୁଳନ କରି ରଖିଥାଏ। ତେଣୁ ଦିନକୁ ୧୦ ରୁ ୧୨ ଗ୍ଲାସ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ମୁହଁ ଉଜ୍ୱଳ ହୋଇଥାଏ। ତିନି ରୁ ଚାରି ଥର ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ।
୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।
କ୍ଷୀର ମୁହଁ ପାଇଁ ଖୁବ ଲାଭ ଦାୟକ। ଏଥିରେ ପ୍ରୋଟିନ, ଏମିନୋ ଏସିଡ଼, ଭିଟାମିନ ଭରପୁର ମାତ୍ରାରେ ରହିଛି। ରାତିରେ ଶୋଇବା ପୂର୍ବରୁ କ୍ଷୀରକୁ ମୁହଁରେ ଭଲ ଭାବେ ମାଲିସ କରନ୍ତୁ। ଏହାକୁ ମୁହଁରେ ୧୫ ମିନିଟ ଲଗାଇ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁ ଗୋରା ଓ ସୁନ୍ଦର ହୋଇଥାଏ।
ପ୍ରତିଦିନ ବ୍ୟାୟାମ ନିଶ୍ଚୟ କରନ୍ତୁ। ନିୟମିତ ଫଳ, ସବୁଜ ପନିପରିବା ଖାଆନ୍ତୁ। ତେଲିଆ ଓ ଫାଷ୍ଟଫୁଡ଼ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।

Comments are closed.