ଦୁର୍ଗାପୂଜାରେ ଏହି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ; ମିଳିଥାଏ ବହୁ ଶୁଭଫଳ

ଦୁର୍ଗା ପୂଜାରେ ମା’ଙ୍କ ପୂଜାରେ କନ୍ୟା ପୂଜାର ବହୁ ମହତ୍ତ୍ୱ ରହିଛି । ଏହାଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ନବରାତ୍ରରେ ଛୋଟ କନ୍ୟାମାନଙ୍କୁ ଦେବୀଙ୍କ ସ୍ୱରୂପ ବୋଲି ବିବେଚନା କରାଯାଇ ତାଙ୍କୁ ପୂଜାର୍ଚ୍ଚନା କରାଯାଏ। ମାନ୍ୟତା ଅନୁଯାୟୀ, ଦେବୀଙ୍କ ସ୍ୱରୂପ କନ୍ୟାଙ୍କ ଆଶୀର୍ବାଦ ମା’ଦୁର୍ଗାଙ୍କ କୃପା ଆଣିଥାଏ। ନବରାତ୍ର ବ୍ରତ ପାଳନ କରୁଥିବା ମହିଳା ଅଷ୍ଟମୀ କିମ୍ବା ନବମୀ ଦିନ କନ୍ୟାଙ୍କୁ ନିଶ୍ଚୟ ପୂଜା କରନ୍ତୁ। ସଠିକ ନିୟମ ସହ କନ୍ୟାଙ୍କୁ ପୂଜା କଲେ ମା’ଦୁର୍ଗାଙ୍କର ବିଶେଷ ଆଶୀର୍ବାଦ ଓ କୃପା ପ୍ରାପ୍ତି ହୋଇଥାଏ। ଜାଣନ୍ତୁ କନ୍ୟାଙ୍କୁ ପୂଜା କରିବାର ସଠିକ ବିଧି
ପ୍ରଥମେ ଅଷ୍ଟମୀ ଓ ନବମୀ ଦିନ ପ୍ରାତଃ ସମୟରେ ସ୍ନାନ କରି ଭଗବାନ ଗଣେଶ ଓ ମା’ମହାଗୌରୀଙ୍କ ପୂଜା କରନ୍ତୁ।
ଦେବୀଙ୍କ ସ୍ୱରୂପ ୯ଟି ଛୋଟ ଅର୍ଥାତ ୧୧ ବର୍ଷ ମଧ୍ୟରେ ବୟସ ଥିବା କନ୍ୟାଙ୍କୁ ଘରକୁ ନିମନ୍ତ୍ରଣ କରନ୍ତୁ ଓ ସସମ୍ମାନର ସହ ଆସନରେ ବସାନ୍ତୁ।
ସର୍ବପ୍ରଥମେ ସ୍ୱଚ୍ଛ ଜଳରେ କନ୍ୟାମାନଙ୍କ ପାଦ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ।
ଏହାପରେ କନ୍ୟାମାନଙ୍କୁ ତିଳକ ଲଗାଇ ବସାନ୍ତୁ।
କନ୍ୟାଙ୍କ ହସ୍ତରେ ଲାଲ ରଙ୍ଗର ରକ୍ଷାସୂତ୍ର ବାନ୍ଧି ତାଙ୍କ ଚରଣରେ ପୁଷ୍ପ ରଖନ୍ତୁ।
ଏହାପରେ ନୂଆ ଥାଳିରେ ପୁରି, ହାଲୱା, ଚଣା ଆଦି ଶ୍ରଦ୍ଧା ପୂର୍ବକ ପରଷନ୍ତୁ।
ଏହାସହ କନ୍ୟାମାନଙ୍କୁ ମିଠାଦ୍ରବ୍ୟ ନିଜ ଶକ୍ତି ପୂର୍ବକ ବସ୍ତ୍ର, ଟଙ୍କା ଆଦି ଦାନ କରନ୍ତୁ।
କନ୍ୟାଙ୍କୁ ଭୋଜନ କରାଇବା ପରେ ଆଳତୀ କରି ତାଙ୍କୁ ଦେବୀ ବୋଲି ବିବେଚନା କରି ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ। ଶେଷରେ ତାଙ୍କୁ ସମ୍ମାନ ପୂର୍ବକ ଘରର ଦରଜା କିମ୍ବା ତାଙ୍କ ଘର ଯାଏଁ ବିଦାୟ ଦିଅନ୍ତୁ।
ବାସ୍ତୁ ଶାସ୍ତ୍ରରେ ମଧ୍ୟ ନବରାତ୍ର ପୂଜାର ମହିମା ବିଷୟରେ ବର୍ଣ୍ଣନା କରାଯାଇଛି। ନବରାତ୍ର ପୂଜାକୁ ବିଧିବଧ ଭାବେ କରାଗଲେ, ବହୁ ବାସ୍ତୁ ଦୋଷ ଦୂର ହୋଇଥାଏ। ବାସ୍ତୁ ଅନୁସାରେ ମା’ ଦୁର୍ଗାଙ୍କର ନଅଟି ରୂପ ନଅ ଗ୍ରହ ସହ ସମ୍ବନ୍ଧିତ ହୋଇ ରହିଛି । ପ୍ରତ୍ୟେକ ଗ୍ରହ ମା’ଙ୍କର ଯେକୌଣସି ରୂପର ପ୍ରତିନିଧିତ୍ୱ କରିବା ସହ ଦିଗ ସହ ମଧ୍ୟ ଜଡ଼ିତ ହୋଇରହିଛି। ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ବାସ୍ତୁଶାସ୍ତ୍ର ଦିଗ ମାନଙ୍କର ଜ୍ଞାନ ଏବଂ ଏହାର ଶୁଭଅଶୁଭ ପ୍ରଭାବ ଉପରେ ବିସ୍ତୃତ ବ୍ୟାଖା କରିଥାଏ।
ନବରାତ୍ର ଅର୍ଥାତ୍‍ ମା’ଙ୍କର ନଅଟି ରୂପର ଆରଧାନା। ଏହି ନଅଟି ରୂପ ସହ ଜଡ଼ିତ ଥିବା ଗୌରୀ ଶକ୍ତିର ବିଭିନ୍ନ ରୂପର ନତମସ୍ତକ କରାଯାଇଥାଏ। ଯେ ସୃଷ୍ଟିର ରଚନା ଠାରୁ ସଂସାରର ସଞ୍ଚାଳନ ମଧ୍ୟ କରିଛନ୍ତି। ସିଂହରେ ବିରାଜମାନ ମା’ଦୁର୍ଗାଙ୍କର ଅଷ୍ଟ ଭୁଜରେ ଶଙ୍ଖ, ଚକ୍ର, ଗଦା, ଧନୁଷ,ଖଣ୍ଡା, ତ୍ରିଶୁଳ ଏବଂ ପଦ୍ମ ଧାରଣ କରିଥାଆନ୍ତି ଓ ଭକ୍ତଙ୍କୁ ଭୟମୁକ୍ତ ମଧ୍ୟ କରିଥାଆନ୍ତି। ମା’ଙ୍କର ଏହି ରୂପରେ ଦୟା, କ୍ଷମା, ଶାନ୍ତି,କାନ୍ତି, ଶ୍ରଦ୍ଧା, ଭକ୍ତି , ମମତା, ସହନଶୀଳତା , କରୁଣା, ଏବଂ ଅନ୍ନପୂର୍ଣ୍ଣା ମଧ୍ୟ ଦେଖାଯାଇଥାଏ।
ମା’ଙ୍କ ପୂଜା କରିବା ଦ୍ୱାରା ଦିଗ ସହ ସମ୍ବନ୍ଧୀତ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ନବଦୁର୍ଗାଙ୍କର ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ। ଏଭଳି ଦିଗ ଅନୁଯାୟୀ ନବରାତ୍ରରେ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଶାନ୍ତି ହୋଇଥାଏ। ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ଧନବୃଦ୍ଧି ମଧ୍ୟ ହୋଇଥାଏ।
ପୂର୍ବ ଦିଗ – ମା’ଶୈଳପୁତ୍ରୀ
ଦକ୍ଷିଣ – ପଶ୍ଚିମ ଦିଗ – ମା’ବ୍ରହ୍ମଚାରିଣୀ
ପୂର୍ବ – ମା’ ଚନ୍ଦ୍ରଘଣ୍ଟା
ଉତ୍ତର – ପଶ୍ଚିମ ଦିଗ – କୁଶମାଣ୍ଡା
ଦକ୍ଷିଣ ଦିଗ – ସ୍କନ୍ଧମାତା
ଉତ୍ତର ଦିଗ – ମା’ କାର୍ତ୍ତିୟାନୀ
ପଶ୍ଚିମ ଦିଗ – ମା’ କାଳରାତ୍ରି
ଉତ୍ତର ପୂର୍ବ ଦିଗ – ମହାଗୌରୀ
ଦକ୍ଷିଣ – ପୂର୍ବ ଦିଗ – ସିନ୍ଧିଦାତ୍ରୀ

Comments are closed.