ଖିର  ସହ ଦହି ଖାଇବା ଉଚିତ୍ ନୁହେଁ

ଏପରି ବହୁତ ଖାଦ୍ୟ ରହିଛି ଯାହାକୁ ଖିର ସହ ଖାଇଲେ ଶରୀର ପ୍ରତି ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ସେ ମଧ୍ୟରୁ ମାଛ ଏକ ପ୍ରଧାନ ଖାଦ୍ୟ। ଆୟୁର୍ବେଦ ଅନୁସାରେ, ମାଛ ଖାଇବା ପରେ କିମ୍ବା ପୂର୍ବରୁ କ୍ଷୀର ପିଇବା ଦ୍ୱାରା ଲିଉକୋଡ଼ର୍ମା ବା ଧଳାଛଉ ହୋଇଥାଏ। ଏହା ଏକ ଚର୍ମରୋଗ, ଯେଉଁଥିରେ ପ୍ରଥମେ ଛୋଟ ଧଳା ଦାଗ ହୋଇଥାଏ ଯାହା ସମୟକ୍ରମେ ବୃଦ୍ଧି ପାଇବାକୁ ଲାଗିଥାଏ। ଆୟୁର୍ବେଦରେ, ଖିର ସହ ଆହୁରି ବହୁତ କିଛି ଖାଦ୍ୟ ରହିଛି ଯାହା ଖାଇବାକୁ ନିଷେଧ କରାଯାଇଛି।
ଖିର  ସହ ଦହି ଖାଇବା ଉଚିତ୍ ନୁହେଁ। ଏହାକୁ ଏକସଙ୍ଗେ ଖାଇବା ଦ୍ୱାରା ଚର୍ମରୋଗ ଦେଖାଯାଏ।
– ବିରି ଡ଼ାଲି ଖାଇବା ପରେ ମଧ୍ୟ କ୍ଷୀର ଖାଆନ୍ତୁ ନାହିଁ ।
– ପଣସ ଖାଇବା ପୂର୍ବରୁ ଓ ପରେ କ୍ଷୀର ପିଇବା ଆଦୌ ଉଚିତ ନୁହେଁ। ଏହି ଦୁଇ ଖାଦ୍ୟକୁ ଏକସଙ୍ଗେ ଖାଇବା ଦ୍ୱାରା ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ, ଯାହା ଦ୍ୱାରା କୁଣ୍ଡିଆ, ନାଲି ଦାଗ, ଏକ୍ଜିମା ଭଳି ଚର୍ମରୋଗ ହୋଇଥାଏ।
– ଖିର ସହ ଖସା/ରାଶି ଲଡୁ ଖାଇବା ମଧ୍ୟ ଅନୁଚିତ।
– ଖିର ସହ ଖଟା ଫଳ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ।
– ଲୁଣ କିମ୍ବା କୌଣସି ଲୁଣିଆ ଖାଦ୍ୟ କ୍ଷୀର ସହ ଖାଇବା ବହୁତ କ୍ଷତିକାରକ ହୋଇଥାଏ।

Comments are closed.