ତିଳୋତମା ଫାଉଣ୍ଡେସେନ୍ ଟ୍ରଷ୍ଟର ସାଧାରଣ ବୈଠକ

ଭୂବନେଶ୍ୱର: ଆଜି ତିଳୋତମା ଫାଉଣ୍ଡେସନ୍ ଟଷ୍ଟର ପ୍ରଥମ ସାଧାରଣ ବୈଠକ ରସୁଲଗଡ ମହିଳା ସମିତି ଗୃହରେ ଟ୍ରଷ୍ଟର ସମସ୍ତ ମହିଳା ସମିତି ସଭ୍ୟାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବବିତା ଜେନା ସଭାପତିତ୍ୱ କରିଥିବା ବେଳେ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ ସଭା ପରିଚାଳନା କରିଥିଲେ। ସୁକାନ୍ତ କୁମାର ନାୟକ, ଦିଲୀପ କୁମାର ଦାସ, ପଙ୍କଜିନୀ ସ୍ୱାଇଁ ଏବଂ ରମେଶ ଚନ୍ଦ୍ର ବେଉରା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସାଧାରଣ ବୈଠକରେ ଟ୍ରଷ୍ଟ ତରଫରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

 

ଟ୍ରଷ୍ଟର ଯୁବ ସଭ୍ୟ, ମହିଳା ସଭ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି ସ୍ୱୟଂ ସହାୟକ ମହାସଂଘର ଉଭୟ ସଭାପତି ଓ ସମ୍ପାଦକ ଏବଂ ପୂର୍ବତନ କର୍ପୋରେଟର୍ ସଂଜୟ ବଳିୟାର ସିଂହ ପ୍ରମୁଖଙ୍କୁ ଟ୍ରଷ୍ଟ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଂଜୟ ବଳିୟାର ସିଂହ, ରିନା ଗଡନାୟକ, ସଂଯୁକ୍ତା ମହାନ୍ତି, ସରୋଜିନୀ ନନ୍ଦ, ମଧୁସ୍ମିତା ଧଳ, ନିରୂପମା ଜେନା, ଦେବାଶିଷ ଜେନା, ଜିତେନ୍ଦ୍ର ଚମ୍ପତି, ସୁବ୍ରତ ଚମ୍ପତି, ପୁଷ୍ପା ପାଣି, ବିକ୍ରମ ପାତ୍ର ଓ ଅନକ ବଳିୟାର ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଲତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.