ସାହସର ପ୍ରତୀକ କୁଙ୍କୁମ

0

ପୂଜାରେ ବ୍ୟବହାର କରାଯାଉଥିବା ସମସ୍ତ ବସ୍ତୁର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ବ ରହିଛି। ଏହି ସମସ୍ତ ଦ୍ରବ୍ୟ ଆମ ଜୀବନ ସହ ଜଡିତ। ଏହି ବସ୍ତୁ ଅନେକ ବାର୍ତ୍ତା ଦେଇଥାଏ। ପୂଜାରେ ସବୁଠାରୁ ମୁଖ୍ୟ ଦ୍ରବ୍ୟ କୁଙ୍କୁମ ଅଟେ। ଜ୍ୟୋତିଷଶାସ୍ତ୍ରରେ କୁଙ୍କୁମର ପରମ୍ପରା, ଧାର୍ମିକ ଓ ମହତ୍ତ୍ବ ବିଷୟରେ ବର୍ଣ୍ଣନା କରାଯାଇଛି।

କୁଙ୍କୁମ ସାହସର ପ୍ରତୀକ :

କୁଙ୍କୁମ ପୂଜାର ଏକ ମୁଖ୍ୟ ଦ୍ରବ୍ୟ ଅଟେ। ସମସ୍ତ ମାଙ୍ଗଳିକ କାର୍ଯ୍ୟରେ କୁଙ୍କୁମ ବ୍ୟବହାର କରାଯାଇଥାଏ। ମନୁଷ୍ୟ ଜୀବନର ଏହାର ପ୍ରଭାବ ମୁଖ୍ୟ ଅଟେ। ଘର ହେଉ କି ମନ୍ଦିର ପୂଜା ଥାଳୀରେ କୁଙ୍କୁମ ରଖାଯାଇଥାଏ। କୁଙ୍କୁମ ରଙ୍ଗର ଲାଲ। ଏହି ରଙ୍ଗ ପ୍ରେମ, ଉତ୍ସାହର ପ୍ରତୀକ ଅଟେ। ଏହାଦ୍ବାରା ପ୍ରସନ୍ନତା ମଧ୍ୟ ମିଳିଥାଏ। ଧର୍ମ ଗ୍ରନ୍ଥରେ ଏହାକୁ ଦିବ୍ୟତାର ପ୍ରତୀକ କୁହାଯାଇଛି।

କୁଙ୍କୁମ ମନକୁ ଶାନ୍ତ ରଖିଥାଏ। ଏହା ସ୍ତ୍ରୀମାନଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରିଥାଏ।

ପୁରୁଷମାନେ କୁଙ୍କୁମକୁ ଟିକା ଓ ମହିଳାମାନେ ବିନ୍ଦି ପରି ଲଗାଇ ଥାଆନ୍ତି। ଗ୍ରାଚୀନ କାଳରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ ବିଜୟୀ ହେବା ପାଇଁ ସେମାନଙ୍କୁ କୁଙ୍କୁମର ଟିକା ଲଗାଯାଇଥାଏ।

ମହାରାଜାମାନଙ୍କ ସମୟରୁ ଟିକା ଲଗାଇବାର ପରମ୍ପରା ରହିଛି। ଟିକା ଲଗାଇବା ଦ୍ବାରା ମହାରାଜାମାନେ ନିଜର ଦାୟିତ୍ବକୁ ଠିକ ଭାବେ ବୁଝି ସୂଚାରୁ ରୂପେ କରିଥାଆନ୍ତି।

କୁଙ୍କୁମ ଲଗାଇବା ଦ୍ବାରା ବ୍ୟକ୍ତି ସଫଳତା, ଦାୟିତ୍ବବାନ ହୋଇ ଥାଆନ୍ତି। ଏହାଦ୍ବାରା ସମାଜରେ ମାନ-ସମ୍ମାନ ମଧ୍ୟ ପ୍ରାପ୍ତି ହୋଇଥାଏ।

ଆୟୁର୍ବେଦରେ କୁଙ୍କୁମକୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ହଳଦୀକୁ ଲଗାଇବା ଦ୍ବାରା ରକ୍ତ ସଫା ହୋଇଥାଏ। ଶରୀରର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ।

 

Leave A Reply