କ୍ବାରେଣ୍ଟାଇନ ସେଣ୍ଟରରେ ଟିକଟକ୍ କରିବା ଘଟଣା : ୬ ଜଣଙ୍କ ନାମରେ ମାମଲା ରୁଜୁ କଲା ପୁଲିସ

ଭଦ୍ରକ : କ୍ବାରେଣ୍ଟାଇନ ସେଣ୍ଟରରେ ଟିକଟକ କରିବା ଘଟଣାରେ ୬ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୁଲିସ । କ୍ବାରେଣ୍ଟାଇନ ନିୟମ ଉଲଘଂନ କରିଥିବା ଏହି ୬ ଜଣ ବ୍ୟକ୍ତିଙ୍କ ନାମରେ ତହିଡି ଥାନାରେ କେଶ ନମ୍ବର ୧୭୨ ରେ ଆଇପିସି ଧାରା ୧୮୮ / ୨୬୯ / ୨୭୦ ଓ ଧାରା ୫୧ ଡିଜାଷ୍ଟର ମ୍ୟାନେଜମେଣ୍ଟ  ଆକ୍ଟରେ ମାମାଲା ରୁଜୁ କରାଯାଇଥିବା ଭଦ୍ରକ ଏସପି ଟ୍ବିଟ୍ କରି ସୂଚନା ଦେଇଛନ୍ତି ।


ଏଠାରେ ସୂଚନାଯୋଗ୍ୟ ଏପ୍ରିଲ ୨୩ ତାରିଖରେ ତିହିଡ଼ିରୁ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଉକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସିଆରଏସ୍ ହାଇସ୍କୁଲରେ ତିଆରି ହୋଇଥିବା ସଂଗରୋଧ ଗୃହରେ ରଖାଯାଇଥିଲା। ହେଲେ ସେଠାରେ ରହୁଥିବା କିଛି ଲୋକ ସାମାଜିକ ଦୂରତ୍ବ ବଜାୟ ନ କରି ବିଶୃଙ୍ଖଳା ସୃଷ୍ଟି କରିବା ସହ ଟିକଟକ୍‌ ଭିଡିଓ ପ୍ରସ୍ତୁତ କରି ମଉଜମସ୍ତି କରୁଥିବା ଜଣାପଡିଥିଲା । କ୍ବାରେଣ୍ଟାଇନ ସେଣ୍ଟରରେ ଟିକଟକ କରି ଭାଇରାଲ କରିବା ପରେ ସ୍ଥାନୀୟ ସରପଞ୍ଚ ତିହିଡି ଥାନାରେ ଏତଲା ଦେଇଥିଲେ ।

Comments are closed.