କରୋନାଠୁ ବଳି ଗଲାଣି ’ଟିକ୍ ଟକ୍’ ବେମାରୀ; ବିଶ୍ବରେ ୨୦୦ କୋଟି ଥର ଡ଼ାଉନଲୋଡ଼୍ ହୋଇଛି ଏହି ଆପ୍

ନୂଆଦିଲ୍ଲୀ: ଚୀନା ଭୂତାଣୁ କରୋନା ସାରା ବିଶ୍ବକୁ ନାକରେ ପାଣି ପିଆଇ ସାରିଲାଣି । ବିଭିନ୍ନ ଦେଶ ଅର୍ଥନୀତି ରସାତଳରେ ପହଞ୍ଚିଲାଣି । ସାରା ବିଶ୍ବରେ ଶହ ଶହ କୋଟି ଲୋକଙ୍କ ଜୀବନ ଜୀବିକାକୁ ନେଇ ସମସ୍ୟା ଦେଖା ଦେଲାଣି । ବିଭିନ୍ନ ଦେଶ ଏଥିପାଇଁ ଲକ୍ ଡ଼ାଉନ ଘୋଷଣା କରିଛନ୍ତି । ହେଲେ ଏପରି ସ୍ଥିତିରେ ଏକ ମୋବାଇଲ୍ ଆପ୍ ‘ଟିକ୍ ଟକ୍’ ଚୀନ ଅର୍ଥନୀତି ପାଇଁ ବେଶ୍ ଉତ୍ତମ ସାବ୍ୟସ୍ତ ହୋଇଛି । ଏହି ଆପ୍ ଜରିଆରେ ଚୀନ୍ ବେଶ୍ ଭଲ କିଛି ରୋଜଗାର କରିବାକୁ ସକ୍ଷମ ହୋଇଛି । କରୋନା ଲକ୍ଡ଼ାଉନ ସମୟରେ ସାରା ବିଶ୍ବରେ ଟିକ୍ ଟକ୍ ଆପ୍ ୨୦୦ କୋଟି ଥର ଡ଼ାଉନଲୋଡ଼ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଭାରତରେ ଏହି ‘ଆପ୍’ର ବ୍ୟବହାରକାରୀ ସାରା ବିଶବରେ ସବୁଠୁ ଅଧିକ ।
କରୋନା ଜନିତ ଲକଡାଉନ ଯୋଗୁ ଲୋକେ ଘରୁ ବାହାରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ଘରେ ରହି ସେମାନଙ୍କ ମତ ବିନିମୟ ଟିକଟିକ ଏକ ମାଧ୍ୟମ ପାଲିଟିଛି। ଭାରତରେ ୬୧୧ ନିୟୁତ ଲୋକ ଡାଉନ ଲୋଡ କରିଥିବା ଜଣାପଡିଛି। ଏକ ରିପୋର୍ଟ ଅନୁଯାୟୀ ପ୍ଲେ ଷ୍ଟୋର ଆପରେ ୧୫୦ କୋଟି ଟିକ୍ ଟିକ୍ ଡାଉନଲୋଡ କରାଯାଇଥିବା ବେଳେ ଆପ ଷ୍ଟୋରରେ ୪୯.୫୨ କୋଟି ଡାଉନଲୋଡ ହୋଇଛି। ଟିକଟିକ ବ୍ୟବହାରୀଙ୍କ ଭାରତୀୟ ଅଧିକ ଥିବା ବେଳେ ତା ତଳକୁ ଚାଇନା ଓ ଆମେରିକା ରହିଛି । ଭାରତରେ ୩୦.୩ % ମୋବାଇଲଧାରୀ ଟିକ୍ ଟକ୍ ବ୍ୟବହାର କରୁଥିବା ବେଳେ ଚୀନରେ ୯.୭ ପ୍ରତିଶତ ଓ ଆମେରିକାରେ ୮.୨ ପ୍ରତିଶତ ଡାଉନଲୋଡ କରି ଟିକ୍ ଟିକ୍ ବ୍ୟବହାର କରୁଛନ୍ତି।