ଗିରଫ ହେଲା ଫେରାର ହୋଇଯାଇଥିବା ଅଭିଯୁକ୍ତ

ଟିକାବାଲି- ଟିକାବାଲି ଥାନା ପୋଲିସ ୨୦୧୮ ମସିହାରେ ବଳାତ୍କାର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି ।  ଦୀର୍ଘ ୩ବର୍ଷ ପରେ ଟିକାବାଲି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ସୂଚନା ଅନୁସାରେ ଟିକାବାଲି ଥାନା ଅନ୍ତର୍ଗତ ବୁର୍ବିନାଜୁ ଗ୍ରାମପଞ୍ଚାୟତର ସୁଲେସରୁ ଗ୍ରାମର ଜଣେ ବାପା ମାଁ ଛେଉଣ୍ଡ ନାବାଳିକୁ ବଳାତ୍କାର କରିବା ସହ ଗର୍ଭବତୀ କରି ପରେ ଫେରାର ହୋଇଯାଇଥିଲା । ଥାନାରେ ସେହି ସମୟରେ ଅଭିଯୋଗ ହୋଇଥିଲା । ଏହାର ତିନି ବର୍ଷପରେ ଅଭିଯୁକ୍ତ ଆକାଶ ପ୍ରଧାନକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

ଅନ୍ୟ ଏକ ନାବାଳିକା ବଳାତ୍କାର ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।

Comments are closed.