ସାବଧାନ! ଆଇ ଫୋନରୁ ତଥ୍ୟ ଚୋରି କରୁଛି ଟିକ୍ ଟକ୍

ଚୀନ୍ ପ୍ରସ୍ତୁତ ସଫ୍ଟୱେର ଟିକ୍ ଟକ୍ ସାରା ବିଶ୍ବରେ ଲୋକପ୍ରିୟ । ମାତ୍ର ବିଡ଼ମ୍ବନା ହେଉଛି ଚୀନ ଲୋକ ଟିକଟକକୁ ଯେତେ ବ୍ୟବହାର କରୁ ନାହାନ୍ତି ଭାରତ ଓ ଆମେରିକାର ଲୋକମାନେ ତା’ଠୁ ବେଶୀ ଟିକଟକ୍ ବ୍ୟବହାର କରୁଛନ୍ତି । ଟିକଟକର ମୋଟ ବ୍ୟବହାରକାରୀଙ୍କ ମଧ୍ୟରୁ ଭାରତରେ ୩୪% ଓ ଆମେରିକାରେ ୧୮% । ଚୀନରେ ଏହି ସଂଖ୍ୟା ମାତ୍ର ୯% । ଏକ ତଥ୍ୟ ଅନୁସାରେ ଭାରତରେ ପ୍ରାୟ ୨୦୦ ନିୟୁତ ଟିକଟକ୍ ବ୍ୟବହାରକାରୀ ଅଛନ୍ତି ।  ଏପରି ସ୍ଥିତିରେ ଟିକଟକ୍ ଆଇ ଫୋନ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରୁଛି ବୋଲି ଏକ ତଥ୍ୟ ଆଲୋକକୁ ଆସିଛି । ମେସେଜ, ଇ-ମେଲ, ପାସୱାର୍ଡ଼ ଓ ଅନ୍ୟାନ୍ୟ ତଥ୍ୟ ଆଇଓଏସ୍ ସଫ୍ଟୱେରରୁ ଟିକଟକ୍ ଚୋରି କରୁଥିବା ସୂଚନା ମିଳିଛି ।

ଯଦି ଆଇଫୋନରେ ଟିକଟକ୍ ଇନଷ୍ଟଲ ଥାଏ ତେବେ, ଏହା ଡିଭାଇସରେ ଥିବା ପାସୱାର୍ଡ, ଡକ୍ୟୁମେଣ୍ଟସ୍, ଗୋପନ ଇମେଲ୍, ଆର୍ଥିକ ସୂଚନା ସଂଗ୍ରହ କରିପାରିବ । ଆଇଓଏସ୍ ୧୪ ବେଟା ଭର୍ସନ ବ୍ୟତୀତ ଅନ୍ୟ ଭର୍ସନଗୁଡ଼ିକରେ ଏହି ତଥ୍ୟ ଚୋରି ସମ୍ଭବ ବୋଲି ସୂଚନା ମିଳିଛି ।  ଜେରେମି ବର୍ଗ ଭିଡିଓ ପୋଷ୍ଟ କରି ଲେଖଛନ୍ତି ବେଟା ଭର୍ସନ୍ ଟିକଟକ୍ କିଛି କପି କଲେ ଆଲର୍ଟ କରୁଛି ବୋଲି କହିଛନ୍ତି ।

ଫୋର୍ବସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏପ୍ରିଲରେ ଟିକଟକ୍ ଏଭଳି ଡାଟା ଚୋରି ଆରମ୍ଭ କରିଥିଲା । ଯାହା ବର୍ତ୍ତମାନ ଜାରି ରହିଛି । iOSର କ୍ଲିପବୋର୍ଡ କାର୍ଯ୍ୟକାରିତାରେ ସମସ୍ୟା ରହିଛି । ଏହା ବ୍ୟବହାରକାରୀଙ୍କ ଟେକ୍ସଟ୍ ଓ ଫଟୋକୁ ଅନ୍ୟ ଏକ ଆପକୁ କପି, ପେଷ୍ଟ କରିଥାଏ । ଏପରିକି ଏହା ଗୋଟିଏ ଆପଲ୍ ଡିଭାଇସରୁ ଅନ୍ୟ ଆପଲ୍ ଡିଭାଇସ୍ ଯଥା ଆଇଫୋନ୍, ମାକ ଓ ଆଇପାଡକୁ ଟେକ୍ସଟ୍ ଓ ଫଟୋ ସେୟାର କରେ । ଜେରେମି ବର୍ଗ ନାମକ ଜଣେ ବ୍ୟକ୍ତି ଏ ସମ୍ପର୍କରେ ଏକ ଭିଡ଼ିଓ ତାଙ୍କ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

Comments are closed.