ଖୋର୍ଦ୍ଧା ରେଲୱେର ସିଆଇବି ଓ ଯାଜପୁର ଏସଟିଏଫ ଟିମର ମିଳିତ ଚଢାଉ; ୪ ଅଟକ

ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ଖୋର୍ଦ୍ଧା ରେଲୱେର ସିଆଇବି ଓ ଯାଜପୁର ଏସଟିଏଫ ଟିମ ମିଳିତ ଭାବେ ଚଢାଉ କରି ଧାମରା ରେଳଧାରଣାରୁ ୨ଟି ପିକଅପ ଭ୍ୟାନ ଜବତ କରିଛି। ଏହା ଉକ୍ତ ଘଟଣାରେ ସହ ୪ ଜଣ କୋଇଲା ଚୋରଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ପ୍ରାୟ ୧୦୦ ବ୍ୟାଗ କୋଇଲା ଜବତ ହୋଇଥିବା ଜଣାପଡ଼ିଛି। ସିଆଇବି ଇନ୍ସପେକ୍ଟର ଶ୍ରୀନିବାସ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା ବୋଲି ସୂଚନା ମିଳିଛି।

Comments are closed.