ପାଢ଼ୀସାହିରେ ଭୟାବହ ଅଗ୍ନିକାଣ୍ଡ ଜଳିଗଲା ୧୦ ବଖରା ଘର

ତିହିଡି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ହରସିଂହପୁର ପଞ୍ଚାୟତ ଅନ୍ତର୍ଗତ ପାଢ଼ୀସାହି ଗାଁ ରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରଫୁଲ ପାଢ଼ୀ, ପ୍ରଭାତ ପାଢ଼ୀ, ବିଷ୍ଣୁ ମୋହନ ପାଢ଼ି, କୃଷ୍ଣଚନ୍ଦ୍ର ପାଢ଼ୀ, ନାରାୟଣ ପାଢ଼ୀଙ୍କ ଦଶ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଗଦୀରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ କିନ୍ତୁ ସେତବେଳକୁ ନିଆଁର ଆଁ ଭିତରେ ଘରର ସମସ୍ତ ଆସବାବପତ୍ର, ଧାନ, ଚାଉଳ, ଲୁଗାପଟା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡ଼ି ପାଉଁସ ହୋଇଯାଇଛି। ତହସିଲ ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Comments are closed.