ଉଦ୍ଧାର କରିବାକୁ ଆକୁଳ ନିବେଦନ : ରାଜସ୍ଥାନର ଜୟପୁରରେ ଅଟକି ରହିଛନ୍ତି ୨୫ ଓଡ଼ିଆ ଯୁବକ

ତିହିଡି : ଭଦ୍ରକ ତିହିଡି ଥାନା ଅନ୍ତର୍ଗତ ସାହାପୁର ପଞ୍ଚାୟତ ଗୋକୁଳପୁର ଓ ଖପରାଡିହ ଗ୍ରାମର ୨୫ ଜଣ ଯୁବକ ସଂମ୍ପ୍ରତି ରାଜସ୍ଥନ ଜୟପୁର ଜିଲା ସୁଡ଼ାଲା ଥାନା ଅଧିନ ସୁଶିଲପୁରା ଅଞ୍ଚଳରେ ରହିଛନ୍ତି। ସେମାମନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଫସି ରହିଥିବା ଯୁବକମାନେ ଆକୁଳ ନିବେଦନ କରିଛନ୍ତି। ସମ୍ପୃକ୍ତ ଯୁବକମନେ ସେଠାରେ ଠିକାଦାରଙ୍କ ଅଧୀନରେ ରଙ୍ଗ କାମ କରୁଥିଲେ ।୨୧ ଦିନିଆ ଲକ ଡାଉନ ଘୋଷଣା ପରେ ସେମାନେ ଭଡ଼ାରେ ରହୁଥିବା ଏକ ଘରେ ଆବଦ୍ଧ ହୋଇ ରହିଛନ୍ତି। ଠିକାଦାର ଯାହା କିଛି ଅର୍ଥ ଦେଇଥିଲେ ତାହା ମଧ୍ୟ ସରିଯିବାକୁ ବସିଲାଣି ।  ଠିକାଦାରଙ୍କୁ ଫୋନ କଲେ  ବି ଦୂରରେ ଅଛି, ୨୧ ଦିନ ପୂର୍ବରୁ ଯାଇ ପରିବି ନାହିଁ ବୋଲି କହୁଛନ୍ତି।  ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଣାକାର ମହାକୁଡ଼ ଓ ସୁଦର୍ଶନ ତରାଇ ଅନୁରୋଧ କରିଛନ୍ତି ।

Comments are closed.