ତିହାର ଜେଲ୍‌ରେ ହାଇଆଲର୍ଟ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ନେଇ ତିହାର ଜେଲ୍‌ରେ ହାଇଆଲର୍ଟ ଜାରି କରାଯାଇଛି। ବଳାତ୍କାର ମାମଲାରେ କେତେକ ଅଭିଯୁକ୍ତଙ୍କୁ ତିହାର ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସମ୍ପୃକ୍ତ ବଳାତ୍କାର ପୀଡିତାଙ୍କ ଝିଅ ନିକଟରେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ବଳାତ୍କାର ପୀଡିତାଙ୍କ ଝିଅ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଅଭିଯୁକ୍ତଙ୍କମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଛି। କରୋନା ସଂକ୍ରମଣ ରୋକିବାକୁ ତିହାର ଜେଲ୍‌ରେ ସାମାଜିକ ଦୂରତ୍ବ ରକ୍ଷା କରାଯାଉଛି।

Comments are closed.