ବିପଦ ସଙ୍କୁଳ ଚଷାଆଁରା ପୋଲ

ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ଚଷାଆଁରା ଠାରେ ଥିବା ଆଁରାବନ୍ଧ ପୋଲ ତଳେ ବନ୍ୟାଜଳର ଭୀଷଣ ଲହଡ଼ି ମାରୁଥିବା ବେଳେ ପୋଲ ଉପର ସୁରକ୍ଷା ବାଡ଼ ଆଦୌ ନାହିଁ। ଦୀର୍ଘବର୍ଷ ଧରି ଭାଙ୍ଗିରୁଜି ଯାଇଥିବା ଉକ୍ତ ସୁରକ୍ଷାବାଡ଼କୁ ମରାମତି ପାଇଁ ଲୋକେ ଦାବି କରିଆସୁଥିବା ବେଳେ ତାହାକୁ ବିଭାଗୀୟ କର୍ତ୍ତୁପକ୍ଷ ଅଣଦେଖା କରିଛନ୍ତି। ଏବେ ବନ୍ୟା ପରିସ୍ଥିତିରେ ଉକ୍ତ ପୋଲ ଉପରେ ଯାତାୟତ କରୁଥିବା ଯାନବାହନ ଚଳାଚଳ ବିପଦ ସଙ୍କୁଳ ହୋଇପଡ଼ିଛି। ଚଷାଆଁରା ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଲେ ଉକ୍ତ ପୋଲ ଉପରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ସ୍ୱଳ୍ପ ବନ୍ୟାଜଳ ପ୍ରବାହ ବେଳେ ଲୋକେ ଯାତାୟତ କରିଥାନ୍ତି। ଏଣୁ ଉକ୍ତ ପୋଲ ଠାରେ ଯେଭଳି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ସତର୍କତା ଅବଲମ୍ବନ କରାଯିବା ଜରୁରୀ ହୋଇପଡ଼ିଥିବା ସ୍ଥାନୀୟ ଜନସାଧାରଣରେ ମତ ପ୍ରକାଶ ପାଇଛି।

Comments are closed.