ବନ୍ୟାଞ୍ଚଳ ବୁଲିଲେ ବିଜେଡି ଯୁବ ସଂଗଠକ

ତିଗିରିଆ: ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦେଶ କ୍ରମେ ରବିବାର ଅପରାହ୍ନରେ ଆଠଗଡ଼-ତିଗିରିଆ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଯୁବ ସଂଗଠକ ଆଦିତ୍ୟ ପ୍ରତାପ ସ୍ୱାଇଁ ତିଗିରିଆ ବ୍ଲକର ପ୍ରମୁଖ ବନ୍ୟା ପ୍ରବଣ ଅଞ୍ଚଳ ଚଷାଆଁରା, ହାଟମାଳ ଓ ବଡନାଉପୁଟ ଗ୍ରାମ ପରିଦର୍ଶନ କରିଛନ୍ତି। ସାମ୍ଭବ୍ୟ ବନ୍ୟା ପାଇଁ ବ୍ୟସ୍ତ ନେହେବା ସହ ବନ୍ୟା ପ୍ରତି ସତର୍କ ରହିବାକୁ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି। ଶ୍ରୀ ସ୍ୱାଇଁଙ୍କ ଏହି ଗ୍ରସ୍ତ ସମୟରେ ତିଗିରିଆ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରୁପା ଦଳେଇ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ରାଉତ, ସଞ୍ଜୟ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.