ଜୁଲ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, ସେମିରେ ଜୟଦୁର୍ଗା କ୍ଲବ

ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ପଙ୍କାଳସ୍ଥିତ ଇନ୍ଦିରାଗାନ୍ଧୀ ମିନି ଷ୍ଟାଡ଼ିୟମ ଠାରେ ଯୁବଜ୍ୟୋତି କ୍ଲବ ଦ୍ୱାରା ଆୟୋଜିତ ୧୫ତମ ‘ଜୁଲ ସ୍ମାରକୀ ଫୁଟବଲ୍‍ ଟୁର୍ଣ୍ଣାମେଣ୍ଟରେ ଶନିବାର ଅନୁଷ୍ଠିତ ଅନୁଷ୍ଠିତ ୨ୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ପତାକା କ୍ଲବ ଅନୁଗୁଳକୁ ୨/୦ ଗୋଲରେ ପରାସ୍ତ କରି ଜୟଦୁର୍ଗା କ୍ଲବ ଖୋର୍ଦ୍ଧା ୨ୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି।

ସଙ୍ଘର୍ଷପୂର୍ଣ୍ଣ ମ୍ୟାଚର ଅନ୍ତିମ ୨ ମିନିଟ ପର୍ଯ୍ୟନ୍ତ କୌଣସି ଦଳ ଗୋଲ କରିବାକୁ ସକ୍ଷମ ହୋଇନଥିବା ବେଳେ ବିଜୟୀ ଜୟଦୁର୍ଗା ଦଳର ନଂ-୧୩ ଖେଳାଳି ୨ୟାର୍ଦ୍ଧର ୨୮ ମିନିଟରେ ଏକ କର୍ଣ୍ଣର ବଲ୍‍କୁ ଗୋଲରେ ପରିଣତ କରିଥିବା ବେଳେ ୨୯ ମିନିଟରେ ନଂ-୧୦ ଖେଳାଳି ଅବଦୁଲ ରଉ‘ ୨ୟ ଗୋଲସ୍କୋର କରି ଦଳକୁ ୨/୦ ଗୋଲରେ ବିଜୟୀ କରିଥିଲେ। ମ୍ୟାଚରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଡାକ୍ତର ଅଲେଖ ଚନ୍ଦ୍ର ରାଉତରାୟ ଯୋଗଦେଇ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଖେଳକୁ ରେ‘ରୀ ଅରୁଣ ନାୟକ ସୁପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେ ଆର୍ଶିବାଦ କାନୁନ୍‍ଗୋ ଓ ଅନିଲ ନନ୍ଦ ସହାୟତା କରିଥିଲେ। ୪ର୍ଥ ରେ‘ରୀ ରୂପେ ଜା‘ର ଖାଁ, ଆ‘ଜଲ୍‍ ଅହମ୍ମଦ ଦାୟିତ୍ୱ ନିର୍ବାହ କରିଥିଲେ। ରବିବାର ମ୍ୟାଚ ଆୟୋଜକ ଯୁବଜ୍ୟୋତି କ୍ଲବ ପଙ୍କାଳ ବନାମ ନୟାଗଡ଼ ଇଲେଭେନ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି।

Comments are closed.