ପୁଣି ଆସିବ ଟାଇଗର୍‌

କରୋନା ଭାଇରସ୍‌ ଟିକା ଯଥାଶୀଘ୍ର ପ୍ରସ୍ତୁତ ହେବାକୁ ସମସ୍ତେ ଚାତକ ପରି ଅପେକ୍ଷା କରି ରହିଛନ୍ତି। ବଲିଉଡ ମଧ୍ୟ ଏଇ ସମୟରେ ହାତ ବାନ୍ଧି ବସିଛି। କେତୋଟି ସଂସ୍ଥା ୱାର୍କ-ଫ୍ରମ୍ ହୋମ୍ କରୁଥିବାବେଳେ ଏଇ ଜରିଆରେ ଭଲଭାବେ କାମ କରିହେଉନାହିଁ ବୋଲି ମଧ୍ୟ ମତ ମିଳୁଛି। ସିନେଜଗତର ସୁଲତାନ୍ ସଲମାନ୍ ଖାନ୍ ମଧ୍ୟ ନିଜ ଫାର୍ମ ହାଉସ୍‌ରେ ଆଗାମୀ ଚଳଚ୍ଚିତ୍ର ‘ରାଧେ’ର ପୋଷ୍ଟ-ପ୍ରଡକ୍ସନ୍ କାମ କରୁଥିବାର ପ୍ରକାଶ। ଅନ୍ୟପାଖେ କରୋନା ସ୍ଥିତି ନିୟନ୍ତ୍ରଣ ହେବା ପରେ ସେ ପୁଣି ଟାଇଗର୍‌ ଭାବେ ଦର୍ଶକଙ୍କ ସମ୍ମୁଖକୁ ଆସିବେ ବୋଲି ସଜବାଜ ହେଉଛନ୍ତି। ଟାଇଗର୍‌୍ର ତୃତୀୟ ଭାଗର ନିର୍ଦେଶନା କବୀର ଖାନ୍ ଦେଇପାରନ୍ତି। ପ୍ରଯୋଜନା ସଂସ୍ଥା ସହ ତାଙ୍କର ବାର୍ତ୍ତାଳାପ ଚାଲିଛି। ସବୁକିଛି ଠିକ୍ ହେବା ପରେ ଆସନ୍ତା ବର୍ଷ ଚଳଚ୍ଚିତ୍ରର ସୁଟିଂ ହେବ ବୋଲି ଯୋଜନା ରହିଛି।

Comments are closed.