ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ

ଭୁବନେଶ୍ବର: ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ। ସୁନ୍ଦରୀକୁ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟକୁ ଫେରାଇଦେବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଜରିଆରେ ନିର୍ଦେଶ ଦେଇଛନ୍ତି  ଏନଟିସିଏ। ଏନଟିସିଏ ରିପୋର୍ଟରେ ଦର୍ଶାଇଛି ରାଜ୍ୟ ସରକାର ଗାଇଡ ଲାଇନ୍ ପାଳନରେ ବିଫଳ ହୋଇଛନ୍ତି। ରାଜ୍ୟ ସରକାର  ନିୟମ ଉଲ୍ଲଘଂନ କରି ସୁନ୍ଦରୀକୁ ଛୋଟିଆ ଏନକ୍ଲୋଜରରେ  ରଖିଥି​‌ଲେ। ବର୍ତ୍ତମାନ ମଧ୍ୟ ସୁନ୍ଦରୀକୁ ସାତକୋଶିଆରେ ଏନକ୍ଲୋଜରରେ ରଖାଯାଇଛି।

ଏଠାରେସୂଚନାଯୋଗ୍ୟ ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ ଅଭୟାରଣ୍ୟରୁ ସୁନ୍ଦରୀକୁ ଅଣାଯାଇଥିଲା। କିନ୍ତୁ ସୁନ୍ଦରୀ ସାତକୋଶିଆର ମଧ୍ୟ ଅଞ୍ଚଳକୁ ନଯାଇ ଅଭୟାରଣ୍ୟର ଆଖପାଖ ଅଞ୍ଚଳରେ ଘୁରିବୁଲୁଥିଲା। ଯାହା ଫଳରେ ଅଭୟାରଣ୍ୟ ପାଖରେ ଥିବା ଗାଁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିଲେ। ସୁନ୍ଦରୀକୁ ସ୍ଥାନାନ୍ତର ପାଇଁ ଗାଁ ଲୋକ ଦାବି କରିଥିଲେ। ରାଜ୍ୟ ସରକାର ସୁନ୍ଦରୀକୁ କାବୁ କରିବାକୁ ଚେଷ୍ଟା କରିମଧ୍ୟ ବିଫଳ ହୋଇଥିଲେ। ଟ୍ରାଙ୍କୁଲାଇଜର ଟିମକୁ ମଧ୍ୟ ଚକମା ଦେଇ ବାଘୁଣୀ ସୁନ୍ଦରୀ ବୁଲୁଥିଲା। ଶେଷରେ ରାଜ୍ୟ ସରକାର  ଏବଂ ବନବିଭାଗ ଚନ୍ଦକାର ଯଶୋଦା ହାତୀକୁ ନେଇ ସୁନ୍ଦରୀକୁ ଟାଙ୍କୁଲାଇଜର କରିଥିଲେ। ସେବେଠାରୁ ସୁନ୍ଦରୀକୁ ସାତକୋଶିଆରେ ଏନକ୍ଲୋଜରରେ ରଖାଯାଇଛି

Comments are closed.