ସାମ୍ନାକୁ ଆସିଲା ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ ରିପୋର୍ଟ

ଭୁବନେଶ୍ବର : ବାରଙ୍ଗରେ ଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ ରିପୋର୍ଟ ସାମ୍ନାକୁ ଆସିଛି। ଟିଙ୍କ ବାହିତ ଭୁତାଣୁ ଯୋଗୁଁ ଶୁଭ୍ରାଂଶୁର ମୃତ୍ୟୁ ହୋଇଥିବା ଜଣାପଡିଛି। ଏଣିକି ଟିଙ୍କ ଦାଉରୁ ଜନ୍ତୁଙ୍କୁ ରକ୍ଷା କରିବା ପାଇଁ କେମିକାଲ ସ୍ପ୍ରେ କରାଯିବା ସହ ବାଘଙ୍କ ଏଂକ୍ଲୋଜର ସଫା ରଖିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଦୀର୍ଘ ୧୪ ଦିନ ହେବ ମହାବଳ ବାଘ ଶୁଭ୍ରାଂଶୁ ଅସୁସ୍ଥ ଥିଲା। ସେ ହଠାତ ଶନିବାର ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲା। ଏହାପରଠୁ ସେ ଖାଦ୍ୟ ଗ୍ରହଣ କରିପାରୁ ନଥିବାବେଳେ ମଙ୍ଗଳବାର ତାର ମୃତ୍ୟୁ ଘଟିଥିଲା।

Comments are closed.