ପୁଣି ରାଜଧାନୀରୁ ବାଘ ଛାଲ ଜବତ ; ୩ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ବାଘ ଛାଲ ରାକେଟର ପର୍ଦ୍ଦାଫାସ ହୋଇଛି। ବରଗଡରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା ବାଘ ଛାଲ, ନଖ ଓ ଦାନ୍ତ ଜବତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ ମଧ୍ୟ କରିଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି।
ସୂଚନା ଯୋଗ୍ୟ, ନଭେମ୍ବର ୧୭ରେ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଥିଲା। ଏହି ଘଟଣାରେ  ଜଣଙ୍କୁ  ଗିରଫ ମଧ୍ୟ କରିଥିଲା। ଉକ୍ତ ବାଘ ଛାଲକୁ ବିକ୍ରି ପାଇଁ ଚୁକ୍ତି କରୁଥିବା ବେଳେ ଏସଟିଏଫ ଟିମ ଏହାକୁ ଜବତ କରିଥିଲା।

Comments are closed.