ବାଘଛାଲ ଜବତ ; ୨ ଗିରଫ

ଦେବଗଡ : ଦେବଗଡ ଜିଲା ବାରକୋଟ ଅନ୍ତର୍ଗତ ବଣାଇ ଛକରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଛି। ଛାଲ ବିକ୍ରି ପାଇଁ ଡିଲ କରାଯାଉଥିବା ବେଳେ ଗତକାଲି କ୍ରାଇମବ୍ରାଞ୍ଚ ଟିମ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରି ଛାଲ ସହ ସମ୍ପୃକ୍ତ ଘଟଣାରେ ୨ ବାଘଛାଲ ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ସୋମନାଥ ପାତ୍ର, ରାଜୀବ ଲୋଚନ ପାତ୍ର। ଉଭୟ ଦେବଗଡ ଜିଲା କାଦପଡା ଥାନା ଅନ୍ତର୍ଗତ ସାଲୋହି ଗାଁର ବାସିନ୍ଦା। ସେମାନଙ୍କ ନିକଟରୁ ବାଘ ଛାଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଗିରଫ ପରେ ସେମାନଙ୍କୁ ଦେବଗଡ ଏସଡିଜିଏମ କୋର୍ଟକୁ ଚାଲାଣ କରାଯାଇଛି। ଜବତ ବାଘଛାଲକୁ ରସାୟନିକ ପରୀକ୍ଷା ପାଇଁ ଡେରାଡୁନ ପଠାଯାଇଛି।

 

Comments are closed.