ବାଘଛାଲ ଜବତ, ୨ ଗିରଫ

ବୋଲଗଡ଼: ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳରୁ ବାଘ ଛାଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ସ୍ପେସାଲ୍‍ ଟାସ୍କ ଫୋର୍ସ(ଏସଟିଏଫ୍‍)। ଗିରଫ ଦ୍ୱୟ ନୟାଗଡ଼ ଜିଲାର ସୁଧୀର ବେହେରା ଓ ସୁବାଷ ଚନ୍ଦ୍ର ବେହେରା ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ବେଆଇନ ଭାବେ ବାଘଛାଲ ବିକ୍ରୟ ହେବା ନେଇ କୌଣସି ସୂତ୍ରରୁ ଏସ୍‍ଟିଏଫ୍‍ ଖବର ପାଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଡିଲ୍‍ କରାଯାଉଥିବା ବେଳେ ଚଢାଉ କରି ବାଘ ଛାଲ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଏସଟିଏଫ୍‍ ପକ୍ଷରୁ ମାମଲା ରୁଜୁ କରାଯିବା ସହ ଜବତ ବାଘଛାଲକୁ ଡେରାଡୁନସ୍ଥିତ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ପଠାଯିବ ବୋଲି ସୂଚନା ମିଳିଛି।

 

Comments are closed.