ବାଘଛାଲ ରାକେଟର ପର୍ଦ୍ଦାଫାଶ; ୨ଟି ବାଘଛାଲ ଜବତ, ଜଣେ ଗିରଫ

ନୟାଗଡ଼ : ପୁଣି ଆଉ ଏକ ବାଘଛାଲ ରାକେଟର ପର୍ଦ୍ଦାଫାଶ ହୋଇଥିବା ଶନିବାର ଜଣାପଡ଼ିଛି। ନୟାଗଡ଼ ଜିଲା ରଣପୁର ଅଂଚଳରେ କ୍ରାଇମବ୍ରାଂଚ ଏସଟିଏଫ ଟିମ ଚଢାଉ କରି ୨ଟି ବାଘଛାଲ ଜବତ କରିଛି। ଏହାସହ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରିଛି। ଉକ୍ତ ବ୍ୟକ୍ତି ଠାରୁ ହିଁ ବାଘଛାଲ ଜବତ ହୋଇଥିବା ଜଣାପଡ଼ିଛି। ଏସଟିଏଫ ଟିମ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି।

Comments are closed.