ଟାଇଗର ଶ୍ରଫ୍‍ କିଣିଲେ ନୂଆ ଆପାର୍ଟମେଣ୍ଟ

0

ମୁମ୍ବଇ : ବାଗି-୨ର ସଫଳତା ପରେ ଅଭିନେତା ‘ଟାଇଗର ଶ୍ରଫ’ ବଲିଉଡରେ ବେଶ୍‍ ଲୋକପ୍ରିୟ ହୋଇଛନ୍ତି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ବାଗି-୨ ବକ୍ସଅଫିସରେ ଭଲ ବ୍ୟବସାୟ କରିଥିଲା। ଏବେ ଖବର ଆସିଛି ସେ ମୁମ୍ବଇରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି। ଖବରଅନୁସାରେ ଟାଇଗର କିଣିଥିବା ନୂଆ ଆପାର୍ଟମେଣ୍ଟ ଆଠ ବଖରା ବିଶିଷ୍ଟ। ଚଳିତ ବର୍ଷ ଶେଷ ସୁଧା ‘ଟାଇଗର’ ଏହି ନୂଆ ଆପାର୍ଟମେଣ୍ଟରେ ରହି ପାରନ୍ତି। ବହୁଦିନ ହେବ ଟାଇଗର ନିଜ ପାଇଁ ଏକ ଭଲ ଘର ଖୋଜୁଥିଲେ। କିଛି ଦିନ ତଳେ ଅଭିନେତା ଶାହିଦ କପୁର ୫୬ କୋଟି ଟଙ୍କାରେ ଆଠ ବଖରା ବିଶିିଷ୍ଟ ଏକ ଆପାର୍ଟମେଣ୍ଟ କିଣିଥିଲେ। ଶାହିଦଙ୍କ ପରେ ଆଠ ବଖରା ବିଶିଷ୍ଟ ଆପାର୍ଟମେଣ୍ଟ କିଣିବାରେ ଟାଇଗର ହେଉଛନ୍ତି ଦ୍ୱିତୀୟ ବଲିଉଡ ଅଭିନେତା।

Leave A Reply