ଖୁବ୍‍ଶୀଘ୍ର ଟାଇଗର୍‍ଙ୍କ ଆଉ ଏକ ପ୍ରତିଭା ଦେଖିବାକୁ ପାଇବେ ଦର୍ଶକ: ସାମ୍ନାକୁ ଆସିଲା ଟିଜର୍‍

ମୁମ୍ବଇ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍‍ ଜବରଦସ୍ତ ଆକ୍ସନ ଓ ଚମତ୍କାର ନୃତ୍ୟକୁ ନେଇ ବେଶ୍‍ ଲୋକପ୍ରିୟ। ମାତ୍ର ଏବେ ଦର୍ଶକ ତାଙ୍କର ଆଉ ଏକ ପ୍ରତିଭା ଦେଖିବାକୁ ପାଇବେ। ସଙ୍ଗୀତ ଦୁନିଆରେ ପାଦ ଥାପି ଜଣେ ଗାୟକ ଭାବେ ସେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଆସନ୍ତା ୨୨ ତାରିଖରେ ସେ ଗାଇଥିବା ପ୍ରଥମ ଗୀତ ‘ଅନ୍‍ବିଲିଭେବୁଲ୍‍’ ରିଲିଜ୍‍ ହେବ। ଶନିବାର ସେ ଏହି ଗୀତର ଟିଜର ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

ଟିଜର୍‍ ଭିଡିଓ ସହ ସେ ଲେଖିଛନ୍ତି, “ଏହା ମୋ ପ୍ରଥମ ଗୀତର ଟିଜର୍‍। ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିବ।” ଏହାସହିତ ଗୀତର ନାଁ ‘ଅନ୍‍ବିଲିଭେବୁଲ୍‍’ ବୋଲି ଲେଖିଛନ୍ତି।

ଏହି କଳାଧଳା ଭିଡିଓରେ ଟାଇଗର ଫର୍ମାଲ ସାର୍ଟ, ଢିଲାରେ ଏକ ଟାଏ ଓ ଟ୍ରାଉଜର ପିନ୍ଧିଛନ୍ତି। ଏକ ବଡ କୋଠାର ଛାତରେ ଠିଆ ହୋଇ ସେ ଏହି ଗୀତ ବୋଲିଛନ୍ତି ।

‘ଅନ୍‍ବିଲିଭେବୁଲ୍‍’ ଜରିଆରେ ଟାଇଗର ସଙ୍ଗୀତ ଦୁନିଆରେ ବିଧିବଦ୍ଧ ଭାବେ ପାଦ ଥାପିଥିବା ବେଳେ ଏହା ପୂର୍ବରୁ ସେ ଇନଷ୍ଟାଗ୍ରାମ ପେଜରେ ଗୀତର ଡେମୋ ପୋଷ୍ଟ କରିଥିଲେ ।

 

Comments are closed.