‘ଗଣପତ ପାର୍ଟ-୧’: ସାମ୍ନାକୁ ଆସିଲା ଟାଇଗରଙ୍କ ପ୍ରଥମ ଲୁକ୍‍

ମୁମ୍ବଇ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଗଣପତ ପାର୍ଟ-୧’କୁ ନେଇ ଏବେ ଖୁବ୍‍ ଚର୍ଚ୍ଚା। ନିକଟରେ ଟାଇଗର ତାଙ୍କର ଏହି ଆକ୍ସନ-ଥ୍ରୀଲର ଫିଲ୍ମ ବିଷୟରେ ଘୋଷଣା କରିଥିଲେ ଓ ଏହାର ମୋଶନ୍‍ ପୋଷ୍ଟର ମଧ୍ୟ ଶେୟାର କରିଥିଲେ। ଆଜି ଏହାର ଏକ ଟିଜର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଟାଇଗରଙ୍କ ପ୍ରଥମ ଲୁକ୍‍ ଦେଖିବାକୁ ମିଳିଛି। ଟାଇଗର ନିଜେ ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି ।

ଏଥିରେ ଟାଇଗର ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି। ଏହି ଭିଡିଓରେ ଟାଇଗରଙ୍କ ଏକ ଡାଏଲଗ ମଧ୍ୟ ରହିଛି । ବିକାଶ ବହଲଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ଏହି ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ ।

Comments are closed.