ଚିତାବାଘ ଆକ୍ରମଣରେ ଛଅ ବର୍ଷର ଶିଶୁ ମୃତ

ଆସାମ : ଆସାମର ଗୌହାଟିରେ ଗୋଟିଏ ଚିତାବାଘ ଆକ୍ରମଣରେ ଏକ ୬ ବର୍ଷର ଛୁଆର ମୃତ୍ୟୁ ହୋଇଛି। ଗୌହାଟିର ମାଲୀଗାଁ ଅଂଚଳରେ ପିଲାଟି ନିଜ ସାଙ୍ଗମାନଙ୍କ ସହ ବାହାରେ ଖେଳୁଥିବା ସମୟରେ ହଠାତ ଚିତାବାଘଟି ଆକ୍ରମଣ କରିଦେଇଥିଲା। ଏହି ଘଟଣାଟି ଗତ ଶୁକ୍ରବାରର ବୋଲି ଜଣାପଡ଼ିଛି। ଯେପରି ପିଲାଟି ଉପରେ ବାଘ ଆକ୍ରମଣ କରିଥିଲା, ଗାଁଲୋକେ ବାଘଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଅସଫଳ ହେଲେ। ପରେ ବନବିଭାଗ ଘଟଣାସ୍ଥଳରେ ପହଂଚି ବାଘଟିକୁ ଜଙ୍ଗଲ ଭିତରେ ଛାଡ଼ିଥିଲେ। ଏହାପରେ ପିଲାଟିକୁ ସ୍ଥାନୀୟଲୋକେ ଓ ପରିବାରଲୋକେ ହସ୍ପିଟାଲକୁ ନେଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା।

Comments are closed.