ନିଃଶବ୍ଦ ରାତି, ନିଛାଟିଆ ରାସ୍ତା ; ସାମ୍ନାରେ ମହାବଳ

ନୂଆଦିଲ୍ଲୀ : ଚିନ୍ତା କରନ୍ତୁ ନିଃଶବ୍ଦ ରାତିରେ ଜଙ୍ଗଲି ରାସ୍ତାରେ ଯାଉଥିବା ସମୟରେ ହଠାତ ଆପଣଙ୍କ ସାମ୍ନାରେ ମହାବଳ ବାଘ ଆସିଲେ, ପରିସ୍ଥିତି କ’ଣ ହେବ । ଏଭଳି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିଲେ ମନରେ ଭୟ ମଧ୍ୟ ସୃଷ୍ଟି ହେବ । ବାଘ ରାତିର ଅନ୍ଧାରରେ ରାସ୍ତାକୁ ଆସି ତେବେ ଭୟଭୀତ ହେବା ସାଧାରଣ କଥା ।
ଏହି ଭିଡିଓରେ ଆପଣ ଦେଖିପାରିବେ, କିଭଳି ବାଘ ମଝି ରାସ୍ତାରେ ଠିଆ ହୋଇଛି । କିଛି ସମୟ ପାଇଁ ରାସ୍ତାରେ ଥିବା ସଭିଏଁ ସ୍ତବ୍ଧ ହୋଇଯାଇଥିଲେ । କିଛି ସମୟ ପରେ ବାଘ ଜଙ୍ଗଲ ଭିତରକୁ ପଳାଇଥିଲେ । ପ୍ରଥମେ ଗୋଟିଏ ବାଘ ରାସ୍ତା ଉପରକୁ ଆସିଥିବା ବେଳେ ଅନ୍ୟ ରାସ୍ତା କଡରେ ଠିଆ ହୋଇଥିଲା । ଏହି ଭିଡିଓଟି ମହାବଲେଶ୍ୱର ରାସ୍ତାର ପଞ୍ଚଗନୀରେ ।
ଏହି ଭିଡିଓଟିକୁ ଏଯାଏଁ ୨ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଛନ୍ତି । ୧୨ ହଜାରୁ ଅଧିକ ଲୋକେ ପସନ୍ଦ କରିବା ସହ ହଜାର ହଜାର ଲୋକେ ଏହାକୁ ଦେଖି ଟ୍ୱିଟ କରିଛନ୍ତି ।

Comments are closed.