୨ ବାଘୁଣୀଙ୍କ ସଂଘର୍ଷ ; ଗର୍ଜନରେ କମ୍ପିଲା ଜାତୀୟ ଉଦ୍ୟାନ

ରାଜସ୍ଥାନ : ରାଜସ୍ଥାନର ସବାଈ ମାଧୋପୁର ସ୍ଥିତ ରଣଥାମ୍ବୋର ଜାତୀୟ ଉଦ୍ୟାନରେ ଅଞ୍ଚଳ ପାଇଁ ବାଘମାନଙ୍କ ମଧ୍ୟରେ ଲଗାତାର ସଂଘର୍ଷ , ଝଗଡ଼ା ହେଉଥିବା ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ହିଁ ଏଭଳି ହିଁ ଏକ ଘଟଣା ଏଠାରେ ଘଟିଥିବା ଜଣାପଡ଼ିଛି। ଦୁଇଟି ବାଘୁଣୀ ( ମାଆ ଓ ଝିଅ) ପରସ୍ପର ମଧ୍ୟରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି।
ଏହି ସଂଘର୍ଷ ଖୁବ କମ ଦିନ ମଧ୍ୟରେ ଲଗାତାର ଦେଖାଯାଉଛି ବୋଲି କୁହାଯାଉଛି। ନିକଟରେ ହୋଇଥିବା ଏହି ସଂଘର୍ଷ ସମୟରେ ବାଘୁଣୀଙ୍କ ଗର୍ଜନ ଏଭଳି ଥିଲା ଯେ, ପର୍ଯ୍ୟଟକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ।
ଉକ୍ତ ସ୍ଥାନର ବନ କର୍ମଚାରୀଙ୍କ ମତରେ ରଣଥାମ୍ବୋର ଜାତୀୟ ଉଦ୍ୟାନରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଞ୍ଚଳ ଜଡିତ କାରଣ ପାଇଁ ଏଭଳି ସଂଘର୍ଷ ହେଉଛି। ଏହା ଉପରେ କାର୍ଯ୍ୟକାରୀ ମଧ୍ୟ ଆରମ୍ଭ ହୋଇଛି।

Comments are closed.