ସଂକଟରେ ବାଘ ରାଜା – ଖାଦ୍ୟ ବଦଳରେ ଚୋବାଉଛନ୍ତି ପ୍ଲାଷ୍ଟିକ ଡ଼ବା  

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ସରକାର, ବେସରକାରୀ ସଂସ୍ଥା ଓ ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନ ଭାରତରେ ବ୍ୟାଘ୍ର ବଂଶ ବଞ୍ଚାଇବା ଓ ସଂଖ୍ୟା ବୃଦ୍ଧି ଦିଗରେ ଅନେକ ଯୋଜନା କରୁଥିବା ବେଳେ କିନ୍ତୁ ଜିମ କରବେଟ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ପ୍ଲାଷ୍ଟିକ ଡ଼ବା ଚୋବାଉଥିବା ଦେଖିବାକୁ ମିଳିଛି। ଖାଇବାକୁ ନ ପାଇ କିମ୍ବା ପରିବେଶ ପ୍ରଦୂଷଣର ଏଭଳି ଚିତ୍ର ଯଦିଓ ନ ଦେଖିଲେ ବିଶ୍ୱାସ କରିହେବନି କିନ୍ତୁ ସେହି ଅଭୟାରଣ୍ୟର ଉପ-ନିର୍ଦ୍ଦେଶକ ଚନ୍ଦ୍ରଶେଖର ଯୋଶୀ କହିଛନ୍ତି, ଅଭୟାରଣ୍ୟ ଏକ ସଂରକ୍ଷିତା ଅଂଚଳ ତେଣୁ ତା ଭିତରକୁ ପ୍ଲାଷ୍ଟିକ କିପରି ଆସିଲା ସେ ନେଇ ତଦନ୍ତ ଆଦେଶ ଦିଆଯାଇଛି। ସେ କହିଛନ୍ତି, ଚମେଲୀ ଜିଲ୍ଲାର ଗେରସାଂ ଅଂଚଳରୁ ନୈନିତାଲ ଜିଲ୍ଲାର ରାମନଗର ପର୍ଯ୍ୟନ୍ତ ଯାଇଥିବା ରାମଗଙ୍ଗା ନଦୀ ଜଳରେ ପ୍ଲାଷ୍ଟିକ ଡ଼ବାଟି ଭାସି ଆସିଥାଇ ପରେ। ଜଣେ ପର୍ଯ୍ୟଟକ ସେଠାକୁ ବୁଲିବାକୁ ଯାଇଥିବା ବେଳେ ବାଘ ପ୍ଲାଷ୍ଟିକ ଡ଼ବାଟି ଚୋବାଉଥିବା ଫଟୋ ଉତ୍ତୋଳନ କରିଥିଲେ ଓ ପରେ ବନବିଭାଗକୁ ଦେଇଥିଲେ।

ଯୋଶୀ କହିଛନ୍ତି,  ଅଭୟାରଣ୍ୟ ଦେଇ ଯାଇଥିବା ନଦୀ କୂଳରେ ଅନେକଗୁଡିଏ ଗାଁ ରହିଛି ତେଣୁ କେହି ନଦୀରେ ପ୍ଲାଷ୍ଟିକ ଡ଼ବା ଫୋପାଡ଼ି ଦେଇଥିବେ। ପ୍ଲାଷ୍ଟିକ ଡ଼ବାଟି ଚୋବାଉଥିବା ବାଘର ଫଟୋ ଅତ୍ୟନ୍ତ ଚିନ୍ତାଜନକ କାରଣ ଏହା ପଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ପରିବେଶ ମଧ୍ୟ ନଷ୍ଟ କରୁଛି। ଅନ୍ୟପକ୍ଷରେ ଏହି ସମସ୍ୟାକୁ ଅତ୍ୟନ୍ତ ଗମ୍ଭୀର ବୋଲି କହିଛନ୍ତି ଉତ୍ତରାଖଣ୍ଡ ଜଙ୍ଗଲ ମନ୍ତ୍ରୀ ଏବଂ ସେ ଏ ସମ୍ପର୍କରେ ବନ୍ୟ ବିଭାଗ ଠାରୁ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି।

Comments are closed.