ବାଘ ମୁହଁରୁ ନିଜ ଶିଶୁ ରକ୍ଷା କଲେ ମହିଳା

ଚନ୍ଦ୍ରପୁର ସହରର ସଟେ ଜୁନୋନା ଗାଁର ଜଣେ ମହିଳା ଗାଁର ନିକଟରେ ଥିବା ଜଙ୍ଗଲର ନାଳ ନିକଟରେ ଜଙ୍ଗଲି ପରିବା ଏକାଠି କରୁଥିବା ସମୟରେ ନିକଟରେ ତାଙ୍କ ଝିଅ ଥିଲା। ଏହି ସମୟରେ ସେଠାରେ ଏକ ଚିତାବାଘ ଶିଶୁଟିକୁ ଆକ୍ରମଣ କରି ନିଜ ପଞ୍ଝାରେ ଶିଶୁକୁ ରଖିଥିଲା। ଏହା ଦେଖି ମହିଳା ଜଣଙ୍କ ନିକଟରେ ଥିବା ଏକ ଠେଙ୍ଗା ଆଣି ବାଘକୁ ଆକ୍ରମଣ କରିଥିଲେ । ବାରମ୍ବାର ଆକ୍ରମଣ କରିବା ଫଳରେ ବାଘଟି ଶିଶୁଟିକୁ ଛାଡି ମହିଳାକୁ ଆକ୍ରମଣ କରିଥିଲା। ବାଘ ସହ ଲଢେଇ କରିବା ଦ୍ୱାରା ପୁନଃ ବାଘଟି ମହିଳାଙ୍କୁ ଛାଡି ଶିଶୁଟିକୁ ଆକ୍ରମଣ କରି ଝୋସାଡ଼ି ନେବାକୁ ଉଦ୍ୟମ କରିବା ସମୟରେ ମହିଳା ବାରମ୍ବାର ଠେଙ୍ଗାରେ ଆକ୍ରମଣ କରିଥିଲେ। ବାଘଟି ଶିଶୁକୁ ରକ୍ତାକ୍ତ ଅବସ୍ଥାରେ ଛାଡି ପଳାଇଥିଲା। ଶିଶୁଟିର ମୁହଁରେ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଶିଶୁକୁ ପ୍ରଥମେ ପ୍ରାର୍ଥମିକ ଚିକିତ୍ସା କରାଯିବା ପରେ ଅନ୍ୟ ଡାକ୍ତରଖାନାକୁ ପଠାଯାଇ ଚିକିତ୍ସା କରାଗଲା। ଶିଶୁଙ୍କ ପରିବାର କହିବା ଅନୁଯାୟୀ ଅଧିକାଂଶ ସମୟରେ ବାଘ ଗୃହପାଳିତ ପଶୁଙ୍କୁ ଶିକାର କରିଥାଏ।

Comments are closed.